ବିଜେବି କଲେଜକୁ ମିଳିଲା `NAAC A’ ମାନ୍ୟତା

ପୁଣି ବିଜେବି କଲେଜକୁ ମିଳିଛି ନାକ ମାନ୍ୟତା। ଚଳିତଥରକୁ ମିଶାଇଲେ ବିଜେବି କଲେଜକୁ ତୃତୀୟଥର ପାଇଁ ନାକ ଏ ମାନ୍ୟତା ମିଳିଛି। ବିଜେବି କଲେଜକୁ ମିଳିଲା `A’ ଗ୍ରେଡ। ନାକ ମାନ୍ୟତା ହାସଲରେ ଲଗାତାର ତୃତୀୟ ଥରରେ A ଗ୍ରେଡ ନେଲା ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ। CGPA ରିପୋର୍ଟ ଅନୁସାରେ ୩.୧୧ ସ୍କେଲ ଆଣିପାରିଛି।

ନାକ ପାରାମିଟର ଅନୁସାରେ ଭିତ୍ତିଭୂମି, ରିସର୍ଚ୍ଚରେ ମାର୍କ କଟିଛି। A ଗ୍ରେଡକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବିଜେବି କଲେଜ ଇନଚାର୍ଜ ପ୍ରିନ୍ସିପାଲ ଡ଼ଃ ଝୁମକି ରଥ। କଲେଜର ପାଠପଢ଼ା ବହୁତ ଭଲ ସେ ହେଉଥିବାରୁ ଏହି ମାନ୍ୟତା କଲେଜ ପୁଣି ଥରେ ବଜାୟ ରଖିପାରିଛି।