ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଓ କାଲି ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର

କଟକରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ । ଆଜି ଓ କାଲି ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି କରାଯାଇଛି । ଦୁଇ ଦିନ ଅଙ୍ଗନବାଡି କେନ୍ଦ୍ର ବନ୍ଦ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭବତୀ ଓ ଶିଶୁଙ୍କ ଘରେ ଖାଦ୍ୟ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତମାସ ମଧ୍ୟ ଅସହ୍ୟ ଖରାକୁ ଦେଖି ଛୁଟି ନିର୍ଦ୍ଦେଶ ଦେଇଛଥିଲେ ଜିଲ୍ଲାପାଳ । ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଥିଲା । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏଭଳି ନିର୍ଦ୍ଦେଶ ଦେଇଥିଲେ । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ଜାରି ରହିବ । ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଓ ଜନଗଣନା କାର୍ଯ୍ୟରେ ସାମିଲ ହେବେ ।

Leave a comment