ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ରେ ମୋଟ ୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୨୦୨୨ ମସିହା ଅଗଷ୍ଟ ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ହୋଇଥିବା ସାକ୍ଷାତାକର ଏବଂ ପ୍ରମାଣପତ୍ର ଯାଞ୍ଚ ପରେ ଶନିବାର ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ଚଳିତ ଏଏସଓ ପରୀକ୍ଷାରେ ସମୀର ପାତ୍ର ଟପ୍ପର ହୋଇଛନ୍ତି । ଓପିଏସସି କର୍ତ୍ତୃପକ୍ଷ ୨୦୨୨ ଅଗଷ୍ଟ ୨୭ ତାରିଖରେ ୭୯୬ଟି ଏଏସଓ ପଦବୀ ନିମନ୍ତେ ଲିଖିତ ପରୀକ୍ଷା କରିଥିଲେ । ଏଥିରେ ଯୋଗ୍ୟ ବିବେଚିତ ପିଲାଙ୍କର ଦକ୍ଷତା ପରୀକ୍ଷା ହୋଇଥିଲା । ପ୍ରଥମ ଷ୍ଟେଜରେ ୪ଟି ପେପରରେ ୪ ଶହ ମାର୍କର ପରୀକ୍ଷା ହୋଇଥିଲା । ତେବେ ପ୍ରଥମ ଷ୍ଟେଜରୁ ଦେଢ଼ ଗୁଣା ପିଲାଙ୍କୁ ଚୟନ କରାଯାଇଥିଲା । ଚଳିତ ଥର ଦେଢ଼ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ୮ଶହ ପୋଷ୍ଟ ଥିବାରୁ ସେମାନଙ୍କ ମଧ୍ୟରୁ ମୋଟ ୧୧୦୪ଜଣଙ୍କୁ ସ୍କିଲ ଟେଷ୍ଟ ଓ ଚୂଡ଼ାନ୍ତ ଦସ୍ତାବିଜ ଯାଞ୍ଚ ନିମନ୍ତେ ଡକାଯାଇଥିଲା ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ