ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କିଟ କ୍ୟାମ୍ପସରେ ଆୟୋଜିତ ‘ଓଡ଼ିଆ କବି ସମ୍ମିଳନୀ’ରେ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ 5T ଅଧ୍ୟକ୍ଷ କବିତା ମାଧ୍ୟମରେ କବିତାର ସଜ୍ଞା ଉପସ୍ଥାପନ କରିଥିଲେ । ପ୍ରତ୍ୟେକ ମନୁଷ୍ୟ ଜଣେ ଜଣେ କବି । ପ୍ରତ୍ଯେକ ଜୀବର ପ୍ରଥମ କବିତା ହେଉଛି ତା ହୃଦୟରୁ ବାହାରିଥିବା ପ୍ରଥମ ଶ୍ବାସ । କବିତା ଏକମାତ୍ର ଜିନିଷ ଯାହା ହୃଦୟରୁ ସୃଷ୍ଟି ହୋଇଥାଏ ।’ କବିତାର ସଜ୍ଞା ସମ୍ପର୍କରେ ଏକ ସାରଗର୍ଭକ କବିତା ଆବୃତି କରିଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ।ମଞ୍ଚ ଉପରେ କବିତାର ଶୀର୍ଷକରେ କବିତା ଆବୃତ୍ତି କରିଥିଲେ ପାଣ୍ଡିଆନ । ସେ କହିଥିଲେ, ‘ଜୀବନର ପ୍ରଥମ କବିତା ଶ୍ବାସ । ଅନ୍ତରର କବିତା ଜ୍ୟୋତି, ସମୁଦ୍ରର କବିତା ତରଙ୍ଗ । ସୌର୍ଯ୍ୟର କବିତା ଖାରବେଳ, ଜାଗରଣର କବିତା ଫକୀରମୋହନ, ଜ୍ଞାନର କବିତା ରାମକୃଷ୍ଣ, ତ୍ୟାଗର କବିତା ଗୋପବନ୍ଧୁ, ସେବାର କବିତା ମଦର ଟେରସା, ମହାନଦୀର କବିତା ଓଡ଼ିଶା ।
Trending
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ