ଦଶମରେ ଡ୍ରପ୍ ଆଉଟ ତାଲିକାରେ ଓଡ଼ିଶା ଦେଶରେ ପ୍ରଥମ

ନୂଆଦିଲ୍ଲୀ  : ଦେଶର ବଢ଼ୁଛି ବିଦ୍ୟାଳୟରୁ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ।  ବର୍ଷ ୨୦୨୧-୨୨ରେ ଭାରତରେ ୨୦.୬ ପ୍ରତିଶତ ଛାତ୍ରୀଛାତ୍ର ଦଶମରେ ପାଠ ପଢା ଛାଡିଥିବା ବେଳେ ୪୯.୯ ପ୍ରତିଶତ ସହିତ ଓଡ଼ିଶା ପ୍ରଥମରେ ରହିଛି। ୪୨.୧ ପ୍ରତିଶତ ସହିତ ବିହାର ଦ୍ୱିତୀୟ, ତୃତୀୟରେ ମେଘାଳୟ(୩୩.୫ ପ୍ରତିଶତ), ଚତୁର୍ଥରେ କର୍ଣ୍ଣାଟକ(୨୮.୫ ପ୍ରତିଶତ) ରହିଥିବା ଏକ ଲିଖିତ ଉତ୍ତରରେ ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୨୨ରେରେ ୧,୮୯,୯୦,୮୦୯ ଛାତ୍ରୀଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ, ସେଥିମଧ୍ୟରୁ ୨୯,୫୬,୧୩୮ ଛାତ୍ର ପରବର୍ତ୍ତୀ ଶ୍ରେଣୀକୁ ଯିବାରେ କରିବାରେ ବିଫଳ ହୋଇଥିଲେ।ଡିଏମକେ ଏମପି କଳାନିଧି ବିରସ୍ୱମୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ନିକଟରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଅନୁସନ୍ଧାନକୁ ଆଧାର କରି ସରକାର ପ୍ରାୟ ୩.୫ ନିୟୁତ ଛାତ୍ରୀଛାତ୍ର ଦଶମ ଶ୍ରେଣୀରେ ପାଠପଢା ଛାଡିଛନ୍ତି।