ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ

୧୧୨ ପଦବୀ ପଡିଛି ଖାଲି

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଛତିଶଗଡ ରାଜ୍ୟ ଲିଗାଲ ସର୍ଭିସ ଅଥରିଟିରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛନ୍ତି । ଏହି ଅଭିଯାନ ଜରିଆରେ ୧୧୨ ପଦବୀରେ ଭର୍ତ୍ତି ହେବ । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ଅଭିଯାନ ପାଇଁ ଅଫିସିଆଲ ୱେବସାଇଟ cgslsa.gov.in କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ । ଏହି ଭର୍ତ୍ତି ଅଭିଯାନ ପାଇଁ ୯ ଅକ୍ଟୋବର ୨୦୨୩ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ ରହିଛି 

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୯ ଅକ୍ଟୋବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ହିନ୍ଦୀରେ ମାଷ୍ଟର ଡିଗ୍ରୀ ସହିତ ଇଂଲିଶ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ । ଏହାସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ । ଭିନ୍ନ ପ୍ରାର୍ଥୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।