ଦେଶରେ ହ୍ରାସ ପାଇଛି ବେକାରୀ ସମସ୍ୟା . ପୂର୍ବ ରିପୋର୍ଟ ଅନୁଯାୟୀ ମାତ୍ର ବର୍ଷକରେ ଭାରତରେ ବେଶ ହ୍ରାସ ପାଇଛି ବେକାରୀ ସମସ୍ୟା. ସିଏମଆଇଇ ବା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିରେ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି. ଗତ ଅଗଷ୍ଟରେ ଏହା ୮.୧୦ % ଥିଲା , ଯାହା ସେପ୍ଟେମ୍ବରରେ ୭.୦୯ %କୁ ଖସି ଆସିଛି . ତେବେ ଯଦି ଦେଖାଯାଏ ତେବେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ କ୍ଷେତ୍ରରେ ବେକାରୀ ସମସ୍ୟା ହ୍ରାସ ପାଇଛି. ଦୁର୍ବଳ ମୌସୁମୀ ବର୍ଷା ସତ୍ତ୍ବେ ଗ୍ରାମୀଣ କ୍ଷେତ୍ରରେ ବେକାରୀ ହାର କମ୍ ହୋଇଛି.ତେବେ ସହରାଞ୍ଚଳରେ ଅଗଷ୍ଟରେ ୧୦.୦୯ % ତୁଳନାରେ ସେପ୍ଟେମ୍ବରରେ ୮.୯୪ % କୁ ଖସି ଆସିଛି. ଅନ୍ୟପକ୍ଷରେ ଗ୍ରାମୀଣ ବେକାରୀ ହାର ୭.୧୧% ରୁ ଖସି ୬.୨୦ % ହ୍ରାସ ପାଇଛି. ଭାରତରେ ପାର୍ବଣ ରତୁ ପୂର୍ବରୁ ସହରୀ ବେକାରୀ ହାରରେ ହ୍ରାସ ଦେଖିବାକୁ ମିଳିଛି.
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post