ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ ଓ ଚାକିରି ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ୪୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ଭାରତୀୟ ଆଇଟି କମ୍ପାନୀମାନେ ନିଯୁକ୍ତି ଦେବେ । ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଫ୍ରେଶର୍ସମାନେ ନିଯୁକ୍ତି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି ।ଏକ ରିପୋର୍ଟ ମୁତାବକ, ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବଢ଼ୁଥିବା ବେଳେ ନିର୍ମାଣ କ୍ଷେତ୍ରରେ ୧୫-୩୦ ପ୍ରତିଶତରୁ ଅଧିକ ସ୍ନାତକଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି । ନିଯୁକ୍ତି ଫାର୍ମ ଲିମଲିଜ ଡିଜିଟାଲର ଏକ ବିଶେଷଣରୁ ଜଣାପଡ଼ିଛି, ଆଇଟି ଉଦ୍ୟୋଗରେ କୃତ୍ରିମ ବୁଦ୍ଧିମତା (ଏଆଇ) ଓ ଉଚ୍ଚ ପ୍ରଦର୍ଶନ କମ୍ପ୍ୟୁଟିଂର ଚାହିଦା ବିଶ୍ୱରେ ବଢ଼ିବାରେ ଲାଗିଛି । ତେଣୁ ସେହି ଚାହିଦାକୁ ପୂରଣ କରିବା ପାଇଁ କମ୍ପାନୀମାନେ ବିଭିନ୍ନ ପଦ ପାଇଁ ପ୍ରାର୍ଥୀଙ୍କୁ ହାୟର କରିବେ ।ତେବେ ଆଇଟି କ୍ଷେତ୍ରରେ ଫ୍ରେଶର୍ସଙ୍କୁ ନିଯୁକ୍ତି ଗତ ୨୦୨୩ରେ ୪୯ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ତାହା ୪୨ ପ୍ରତିଶତକୁ ଖସି ଆସିଛି । ଚଳିତ ବର୍ଷ ଜାନୁଆରୀ-ଜୁନ ମଧ୍ୟରେ ନିଯୁକ୍ତି ସମ୍ଭାବନା ୬୮ ପ୍ରତିଶତ ରହିଥିବା ବେଳେ ଗତବର୍ଷ ସମାନ ଅବଧିରେ ୬୨ ପ୍ରତିଶତ ରହିଥିଲା । ଇ-କମର୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ୫୫ ପ୍ରତିଶତ, ଇଞ୍ଜିନିୟରି ଓ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ୫୩ ପ୍ରତିଶତ, ଦୂରସଞ୍ଚାର କ୍ଷେତ୍ରରେ ୫୫ ପ୍ରତିଶତ ନିଯୁକ୍ତି ପାଇ ପାରନ୍ତି । ନିର୍ମାଣ କମ୍ପାନୀମାନେ ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୧୫-୩୦ ପ୍ରତିଶତରୁ ଅଧିକ ସ୍ନାତକଙ୍କୁ ନିଯୁକ୍ତି ଦେଇ ପାରନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post