ଇଂଜିନିୟରିଂ ଚାକିରୀ ପାଇଁ ସୁବର୍ଣ୍ଣ ସୁଯୋଗ

ଦରମା ମାସକୁ ୧ ଲକ୍ଷରୁ ଅଧିକ

ଛତିଶଗଡ ପ୍ରଫେସନାଲ ଏଗଜାମିନେସନ ବୋର୍ଡ, ରାୟପୁରରେ ଇଂଜିନିୟରିଂ ପଦରେ ବମ୍ପର ଭର୍ତ୍ତି ପାଇଁରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଯେଉଁମାନେ ଇଚ୍ଛା ରଖିଛନ୍ତି, ସେମାନେ ତୁରନ୍ତ ଯାଇ ଆବେଦନ କରିପାରିବେ । ଆବେଦନ ପାଇଁ ଆପ୍ଲିକେସନ ଲିଙ୍କ ଓପନ ହୋଇସାରିଛି । ଇଚ୍ଛୁକ ପ୍ରାର୍ଥୀ ୧୪ ଅକ୍ଟୋବର ୨୦୨୩ ପୂର୍ବରୁ ଆବେଦନ କରିଦିଅନ୍ତୁ ।

ଶିକ୍ଷାଗତ ଯୋଗ୍ୟତା : ଜୁନିଅର ଇଂଜିନିୟର ପଦ ପାଇଁ ଇଂଜିନିୟରିଂରେ ଡିପ୍ଲୋମା କିମ୍ବା ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ । ସେହିପରି ଆସିଷ୍ଟାଣ୍ଟ ଇଂଜିନିୟ ପଦ ପାଇଁ ବିଇ, ବିଟେକ, ବିଏସସି ଇଂଜିନିୟରିଂ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ବୟସ ସୀମାରେ ଛାଡ ମିଳିବ ।

ଦରମା : ଚୟନିତ ଜୁନିଅର ଇଂଜିନିୟର ପ୍ରାର୍ଥୀ ମାସିକ ୩୫,୪୦୦ରୁ ୧,୧୨,୪୦୦ ଟଙ୍କା ଦରମା ମିଳିବ । ସେହିପରି ଆସିଷ୍ଟାଣ୍ଟ ଇଂଜିନିୟର ପଦ ପାଇଁ ୫୬,୧୦୦ରୁ ୧,୪୪,୩୦୦ ମାସିକ ଦରମା ମିଳିବ ।

କେମିତି କରିବେ ଆବେଦନ : ଆବେଦନ କରିବା ପାଇଁ ସିଜି ବ୍ୟାପମର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । cgyapam.choice.gov.in ସବୁକିଛି ଡିଟେଲ୍ସ ପାଇପାରିବେ ।