ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ଏକେ-୨୦୩ ଆସଲ୍ଟ ରାଇଫଲ୍
ଗତ କିଛି ଦିନ ପୂର୍ବରୁ ପ୍ରକାଶ ପାଇଥିଲା ଜିଏଫପି ପାୱାରଫାୟାର ଇଣ୍ଡେକ୍ସ ରିପୋର୍ଟ । ଏହି ରିପୋର୍ଟରେ ବିଶ୍ୱ ମହାଶକ୍ତି ତାଲିକାରେ ଭାରତ ୪ର୍ଥ ସ୍ଥାନ ବଜାୟ ରଖିଛି । କିନ୍ତୁ ପୂର୍ବ ଅପେକ୍ଷା ଭାରତର ଶକ୍ତି ବଢିଛି । ନୌସେନାରେ ଅତ୍ୟାଧୁନିକ ଯୁଦ୍ଧ ପୋତ, ଏବଂ ବାୟୁସେନାରେ ଶକ୍ତିଶାଳି ଏୟାରକ୍ରାପ୍ଟକୁ ସାମିଲ କରିଛି ଭାରତ । ଏହାରି ଭିତରେ ସେନାରେ ଆଉ ଏକ ଅସ୍ତ୍ର ସାମିଲ ହେବାକୁ ଯାଉଛି । ଯାହା ଶତ୍ରୁ ଉପରେ ଭରପୁର ଗୁଳିବର୍ଷା କରିବ । ଶତ୍ରୁକୁ ବିନାଶ କରିବ।
ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ଏକେ-୨୦୩ ଆସଲ୍ଟ ରାଇଫଲ୍ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୭୦ ହଜାର ଏକେ-୨୦୩ ଆସଲ୍ଟ ଲାଇଫଲ ସେନାରେ ସାମିଲ ହେବାକୁ ଯାଉଛି । ଧିରେ ଧିରେ ଇନସାସ୍ ରାଇଫଲର ସ୍ଥାନ ନେଉଛି ଏକେ-୨୦୩ ରାଇଫଲ । ଏହି ଏକେ-୨୦୩ ରାଇଫଲରେ ସ୍ୱଦେଶୀ ସାମଗ୍ରୀକୁ ୩୦ ପ୍ରତିଶତକୁ ବୃଦ୍ଧି କରାଯାଇଛି, ସ୍ୱଦେଶୀ ସାମଗ୍ରୀକୁ ଆହୁରି ବୃଦ୍ଧି କରାଯିବ। ଉତ୍କୃଷ୍ଟ କାର୍ଯ୍ୟକ୍ଷମତା, ସ୍ଥାୟୀତ୍ୱ ଏବଂ ଅନୁକୂଳନଶୀଳତା ଏକେ-୨୦୩ର ମାରକ କ୍ଷମତାକୁ ବଢାଇଥାଏ, ଯାହା ଏହାକୁ ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ଉଚ୍ଚ-ଉଚ୍ଚତା ଯୁଦ୍ଧ ସମେତ ବିଭିନ୍ନ ଯୁଦ୍ଧ ପରିସ୍ଥିତି ପାଇଁ ଏକ ବ୍ରହ୍ମାସ୍ତ୍ର ସଜାଉଛି । ତେବେ ୨୦୨୪ରେ ଭାରତୀୟ ସେନାକୁ ୩୫ ହଜାର ଏକେ-୨୦୩ ରାଇଫଲ୍ ମିଳିଥିଲା । ୨୦୨୬ ସୁଦ୍ଧା ଆଉ ଏକ ଲକ୍ଷ ୟୁନିଟ୍ ମିଳିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।
ଏକେ-୨୦୩ ରାଇଫଲ କଲାସନିକୋବ ସିରିଜର ଏକ ଆଧୁନିକ ଭର୍ଜନ । ଏହାର ଲକ୍ଷ୍ୟଭେଦି କ୍ଷମତା, ଲାଇଟ୍ ୱେଟ୍ କନଷ୍ଟ୍ରାକ୍ସନ ଏବଂ ଆଡଭାନ୍ସ ଆପ୍ଟିକ୍ସ ସହ ସହାୟକ ଉପକରଣ ଏହାର ମାରକ କ୍ଷମତାକୁ ଅଧିକ ବଢାଇଥାଏ ।