ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ- ସୁରକ୍ଷାବାହିନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । କିଛି ଦିନ ହେଲା ଆତଙ୍କବାଦୀ ମାତିଛନ୍ତି । ସୁରକ୍ଷାକର୍ମୀ ଉପରକୁ ଆକ୍ରମଣ ବୃଦ୍ଧି ପାଉଛି। ଗତ ସପ୍ତାହ ହେଲା ଶ୍ରୀନଗରରେ ଅନେକ ଗ୍ରେନେଡ୍ ଆକ୍ରମଣ ହୋଇସାରିଲାଣି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ମଧ୍ୟ ଆରମ୍ଭ ହୋଇଛି। କିଛି ସ୍ଥାନରେ ଏନକାଉଁଟର କରିବାକୁ ବାଧ୍ୟ ହେଉଛନ୍ତି ସୁରକ୍ଷା କର୍ମୀ । ସେପଟେ ନୂଆ ସରକାର ଗଠନ ହେବା ପରେ ଜମ୍ମୁକାଶ୍ମୀରରେ ଅସ୍ଥିରତା ପାଇଁ ଏପରି କରାଯାଉଥିବା ଫାରୁକ୍ ଅବଦୁଲ୍ଲା କହିଛନ୍ତି ।
ସିଆରପିଏଫ୍ ବଙ୍କର ଉପରେ ଆକ୍ରମଣ କରୁଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ଅତି କମ୍ରେ ୧୨ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ରବିବାର ବଜାରରେ ଜନଗହଳିପୂର୍ଣ୍ଣ ପର୍ଯ୍ୟଟନ ଗ୍ରହଣ କେନ୍ଦ୍ର (ଟିଆର୍ସି) ନିକଟରେ ଗ୍ରେନେଡ୍ ଫିଙ୍ଗିଥିଲେ। ଶ୍ରୀନଗରର ଲାଲ୍ଚୌକ୍ରେ ଏକ ସାପ୍ତାହିକ ବଜାର ଆୟୋଜିତ ହୋଇଥାଏ, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଏହି ଆକ୍ରମଣ ପରେ କଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପକୁ ତଦନ୍ତ ପାଇଁ ନିୟୋଜିତ କରାଯାଇଛି।