ଆସନ୍ତା ଜାନୁଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ବର ନୟାପଲ୍ଲୀ ବିଦ୍ୟୁତ ମାର୍ଗ ସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ (ବାୟୁ ସେନା), ନୂଆଦିଲ୍ଲୀଙ୍କ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ। ପ୍ରତିରକ୍ଷା ସିଭିଲିୟାନଙ୍କ ସମେତ ପ୍ରତିରକ୍ଷା ପେନସନଭୋଗୀଙ୍କର ବିଭିନ୍ନ ସମସ୍ୟା ଏହି ଶିବିରରେ ସମାଧାନ କରାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ, ତିନି ସେନା ମୁଖ୍ୟାଳୟ, ପ୍ରତିରକ୍ଷା ଲେଖା ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କୋଷାଗାର ଅଧିକାରୀ, ପେନସନଭୋଗୀ ଓ ସେମାନଙ୍କର ପରିବାରବର୍ଗ ଏହି ଶିବିରରେ ଯୋଗଦେବେ । ୧୮ ତାରିଖ ପୂର୍ବାହ୍ନ ୧୦ଟାରୁ ପେନସନ ଶିବିର ଆରମ୍ଭ ହେବ । ପେନସନ ସଂକ୍ରାନ୍ତ ସମସ୍ୟା ରହିଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନେ ଆବଶ୍ୟକ ଜରୁରି କାଗଜପତ୍ର ସହ ଉପରୋକ୍ତ ଠିକଣାରେ ସକାଳ ସାଢେ ୮ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ