ସେନାରେ ବାହାରିଲା ନିଯୁକ୍ତି

ଆପଣ ଭାରତୀୟ ସ୍ଥଳ ସେନାରେ ଯୋଗଦେବାକୁ ଆଗ୍ରହୀ, ତେବେ ଆପଣ ଭାରତୀୟ ସେନାର ଅଫିସିଆଲ ୱେବସାଇଟ, joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ସେନା ବାହିନୀରେ କେଉଁ କେଉଁ ପଦବୀ ଖାଲି ରହିଛି ସେ ସମସ୍ତ ସୂଚନା ପାଇଁ ଆପଣ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ବିସ୍ତୃତ ରାଲରି କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ ।ଭାରତୀୟ ସେନାର ଏହି ନିଯୁକ୍ତି ରାଲି ମାଧ୍ୟମରେ ଅନେକ ପଦବୀ ପୂରଣ ହେବାକୁ ଯାଉଛି। ଯଦି ଆପଣ ମଧ୍ୟ ଭାରତୀୟ ସେନାରେ ଯୋଗ ଦେଇ ଦେଶର ସେବା କରିବାକୁ ଚାହାଁନ୍ତି, ତେବେ ବିଜ୍ଞପ୍ତିରେ ଦିଆଯାଇଥିବା ତାରିଖ ଅନୁଯାୟୀ ଆପଣ ନିଯୁକ୍ତି ରାଲିରେ ଯୋଗଦାନ କରିପାରିବେ। ଏଥିପାଇଁ ଆପଣଙ୍କୁ ନିର୍ଦ୍ଧାରିତ ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ ।ଭାରତୀୟ ସେନା ରାଲିରେ ଯୋଗଦେବା ପାଇଁ ଯୋଗ୍ୟତା-
ଯେଉଁ ଆଶାୟୀ ସେନାର ଏହି ପଦବୀ ଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେ ନିଶ୍ଚିତ ଭାବରେ କୌଣସି ସ଼୍ବୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ, ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଆବଶ୍ୟକ।ଭାରତୀୟ ସେନାରେ ଏହିପରି ଚୟନ ହୁଏ –ଭାରତୀୟ ସେନାରେ ଚାକିରି ପାଇବାକୁ ଆଗ୍ରହୀ ଆଶାୟୀମାନେ ଭାରତୀୟ ସେନା ନିଯୁକ୍ତି ରାଲି ପାଇଁ ଦିଆଯାଇଥିବା କାର୍ଯ୍ୟସୂଚୀ ଏବଂ ବିଜ୍ଞପ୍ତି ଯାଞ୍ଚ କରିବା ଜରୁରୀ ।