ସାରା ଦେଶରେ ଏବେ ଅସହ୍ୟ ଗରମ ସହ ଗୁଳୁଗୁଳିର ଜାରି ରହିଛି । କିଛି ସ୍ଥାନରେ ୪୫ ରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ମଧ୍ୟ ରେକର୍ଡ କରାଯାଇଛି । ଅତ୍ୟଧିକ ଗରମ ବୃଦ୍ଧି ପାଉଥିବାରୁ ଲୋକମାନେ ଘରୁ ବାହାରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ଖରାରେ ବାହାରିବା ଦ୍ୱାରା ଡିହାଇଡ୍ରେସନ ହେବାର ଆଶଙ୍କା ରହିଥାଏ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣ ପ୍ରଚୁର ମାତ୍ରାରେ ପାଣି, ସରବତ କିମ୍ବା ଘୋଳ ଦହି ସେବନ କରିବା ଉଚିତ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ ଘୋଳ ଦହି ରାମବାଣ ସଦୃଶ ଅଟେ । ଘୋଳ ଦହିରେ ପ୍ରଚୁର ମାତ୍ରାରେ ମିନେରାଲସ, ଭିଟାମିନସ, କ୍ୟାଲସିୟମ, ପ୍ରୋଟିନ ଏବଂ ପ୍ରୋବାୟୋଟିକ ରହିଛି । ଘରେ ଘୋଳ ଦହି ତିଆରି କରୁଥିଲେ ଏହାକୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଆବଶ୍ୟକ ମୁତାବକ ଜିରା ଗୁଣ୍ଡ, ପୋଦିନା ଏବଂ ସାମାନ୍ୟ ଲୁଣ ମିଶେଇ ପିଇପାରିବେ । ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ଘୋଳ ଦହିରେ ଥିବା ହେଲ୍ଦୀ ବ୍ୟାକ୍ଟେରିଆ, କାର୍ବୋହାଇଡ୍ରେଟ୍ ଏବଂ ଲାକ୍ଟୋଜ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହାର ନିୟମିତ ସେବନ ଦ୍ୱାରା ଶରୀରର ଶକ୍ତି ବୃଦ୍ଧି ହୋଇଥାଏ । ପାଚନ ଜନିତ ସବୁ ସମସ୍ୟା ଦୂର ହୋଇଥାଏ । ଏହି ପାନୀୟକୁ ପ୍ରାକୃତିକ ଇମ୍ୟୁନିଟି ବୁଷ୍ଟର ମଧ୍ୟ କୁହାଯାଇଛି । ଏଥିରେ ଥିବା କ୍ୟାଲସିୟମ ଏବଂ ପ୍ରୋଟିନ୍ ହାଡ଼କୁ ଶକ୍ତ କରିଥାଏ । ସବୁଠାରୁ ବଡ଼ କଥାହେଉଛି ଡାଇବେଟିସ ରୋଗୀମାନେ ଘୋଳ ଦହି ସେବନ କରିବା ଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ । ଘୋଳ ଦହିରେ କ୍ୟାଲୋରି ଏବଂ ଫ୍ୟାଟର ମାତ୍ରା କମ୍ ଥିବାରୁ ଓଜନ ହ୍ରାସ ଏବଂ କଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଘୋଳ ଦହିରେ ଭିଟାମିନ୍ –ବି, ପ୍ରୋଟିନ୍, କ୍ୟାଲସିୟମ ଏବଂ ପୋଟାସିୟମ ଭଳି ପୋଷକ ତତ୍ୱ ଶରୀରକୁ ଡିଟକ୍ସିଫାଇ କରିବାରେ ସହାୟକ ହୋଇଥାଏ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Next Post