ଭାରତୀୟ ସେନା ପକ୍ଷରୁ ୨୦୨୪ ବର୍ଷ ପାଇଁ ହାବିଲଦାର ଏବଂ ନାଏବ ସୁବେଦାର ପଦ ପାଇଁ ନିଯୁକ୍ତି ଜାରି କରିଛି । ଏହି ଆବେଦନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ । ଆଗ୍ରହୀ ଥିବା ପ୍ରାର୍ଥୀମାନେ ଏହି ଆବେଦନକୁ ଅଫ ଲାଇନ ମାଧ୍ୟମରେ ହିଁ ଆବେଦନ କରିପରିବେ । ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଆପ୍ଲାଏ କରିପାରିବେ ।ଆବେଦନର ବୟସ ସୀମା- ଆପଣମାନେ ୧୭ ବର୍ଷ ୫ ମାସରୁ ୨୫ ବର୍ଷ ପର୍ଯ୍ୟନ୍ତ ଆବେଦନ କରିପାରିବେ । ପ୍ରାର୍ଥୀଙ୍କ ବୟସ ୧ ଅକ୍ଟୋବର ଠାରୁ ୧୯୯୯ ଠାରୁ ୩୦ ସେପ୍ଟେମ୍ବର ୨୦୦୬ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ପ୍ରାର୍ଥୀ କେବଳ ଆବେଦନ କରିପାରିବେ ।ଚୟନ ପକ୍ରିୟା- ଯେଉଁ ପ୍ରାର୍ଥୀମାନେ ବିଭିନ୍ନ କ୍ରିଡାରେ ପ୍ରତିଯୋଗିତାରେ ସଫଳତାର ସାର୍ଟିଫିକେଟ ହାସଲ କରିଛନ୍ତି । ସେମାନଙ୍କୁ ବିଶେଷ ଆଗ୍ରାଧୀକ ଦିଆଯିବ । ଏଥିସହ ଲିଖିତ ପରୀକ୍ଷା ସହିତ କ୍ରୀଡା ସମ୍ବନ୍ଧୀୟ ସମସ୍ତ ପ୍ରମାଣ ସହ ଅନ୍ୟାନ ଡକ୍ୟୁମେଣ୍ଟକୁ ଯାଞ୍ଚ କରାଯିବା ସହ ଡାକ୍ତରୀ ପରୀକ୍ଷା କରାଯିବ । ପିଇଟି କରିବା ସମୟରେ ପ୍ରାଥୀôର୍ ମାନଙ୍କୁ ୫ ମିନିଟ ୪୫ ସେକେଣ୍ଡରେ ୧.୬ କିଲୋମିଟର ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗିତା ହେବ । ୯ ଫୁଟ ପର୍ଯ୍ୟନ୍ତ ଲଙ୍ଗଜମ୍ପ୍, ଜିଗ୍ ଜାଗ ପାଶ କରିବାକୁ ପଡିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ