ହିନ୍ଦୁ ଧର୍ମରେ ତ୍ରିଦେବଙ୍କ ମଧ୍ୟରେ ଭଗବାନ ଶିବଙ୍କର କାହାଣୀ ଏବଂ କିମ୍ବଦନ୍ତୀ ଅନେକ ରହିଛି । ତେବେ ଜାଣିବା ଜରୁରୀ ଯେ ପ୍ରକୃତରେ ଭଗବାନ ଶିବ କିଏ? ଏବଂ ତାଙ୍କର ପୌରାଣିକ କାହାଣୀ କଣ ରହିଛି ।ବହୁଧର୍ମ ପୁରାଣ ଶ୍ଲୋକ ଅନୁସାରେ ହରି ଏବଂ ହରଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଯଦି କୌଣସି ପାର୍ଥକ୍ୟ ଅଛି ତେବେ କେବଳ ରୂପର । ବିଭିନ୍ନ ରୂପରେ ଶିବଙ୍କୁ ପୂଜା କରାଯାଏ କିନ୍ତୁ ଶିବ ପୁରାଣ ଅନୁଯାୟୀ ଶିବ ହେଉଛନ୍ତି ମାୟାର ସୃଷ୍ଟିକର୍ତ୍ତା । ଶିବ ସର୍ବତ୍ର , ସର୍ବଜ୍ଞ, ସର୍ବଶକ୍ତିମାନ, ପ୍ରକୃତିର ଗୁଣରେ ସର୍ବୋଚ୍ଚ ବ୍ରହ୍ମା । ପ୍ରଜାମାନଙ୍କର ସେ ରକ୍ଷକ, ପ୍ରଶଂସା ଯୋଗ୍ୟ ଏବଂ ଦେବତାମାନଙ୍କର ମହାଦେବ । ଶିବଙ୍କୁ ବଳିଦାନ, ଅନୁତାପ, ସ୍ନେହ ଏବଂ କରୁଣାର ପ୍ରତୀକ ବୋଲି କୁହାଯାଏ । ଯଦି ସେ ସହଜରେ ସନ୍ତୁଷ୍ଟ ହୁଅନ୍ତି ମନଜାଣି ଫଳ ପ୍ରଦାନ କରନ୍ତି ।ଦେବତା ହେବା ସହିତ ଶିବଙ୍କୁ ଆଦିଗୁରୁ ବା ଆଦିଯୋଗୀ ରୂପରେ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ପ୍ରଥମେ ଯେଉଁ ସାତ ଜଣଙ୍କୁ ବୈଦିକ ଜ୍ଞାନ ଶିବଙ୍କ ଠାରୁ ପ୍ରାପ୍ତ ହୋଇଥିଲା ସେମାନଙ୍କୁ ସପ୍ତଋଷି କୁହାଯାଇଛି । ଏହାର ଅର୍ଥ ହେଉଛି ଯୋଗ, ଧର୍ମ, କର୍ମୀ ଏବଂ ବୈଦିକ ଜ୍ଞାନ କେବଳ ଶିବଙ୍କଠାରୁ ଉତ୍ପନ୍ନ ହୋଇଥିଲା । ସେଥିପାଇଁ ଶିବଙ୍କୁ ଆଦିଗୁରୁ କୁହାଯାଏ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post