ରାଜ୍ୟରେ ଥମୁନି ମେଣ୍ଟ ଚର୍ଚ୍ଚା । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ମୁହଁ ଖୋଲୁ ନ ଥିବାବେଳେ ଏଭଳି ସମୟରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟାବସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। କେନ୍ଦ୍ରରେ ମୋଦି ଆଉ ଓଡିଶାରେ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବେ। ତେବେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି ପାଣ୍ଡିଆନ ।ନିକଟରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ଯୋଗଦେଇ ମେଣ୍ଟ ସମ୍ପର୍କରେ କହିଥିଲେ ଅମିତ ଶାହା। ଆଗାମୀ ନିର୍ବାଚନରେ ଭାଜପା ଉଭୟ ଲୋକ ସଭା ଓ ବିଧାନ ସଭାରେ ଭଲ ପ୍ରଦର୍ଶନ କରିବ ବୋଲି ଶାହ କହିଛନ୍ତି । ଶାହଙ୍କ ଅନୁସାରେ, ବର୍ତ୍ତମାନ ସମୟ ହାଡକୋର ରାଜନୀତିର । ଯେଉଁଥିରେ ଫିଲୋଶୋପି ବା ଦର୍ଶନ ନ ଥାଏ ବରଂ ହାରଜିତ୍ର ଗଣିତ ରହିଥାଏ । ଦଳର ବିଚାରଧାରା ସହିତ ବୁଝାମଣାର କଥା ରହିଥାଏ। ତେଣୁ ଦଳର ବିଚାରାଧାରା ଓ ବିଜୟ ସମ୍ଭାବନା ଭିତରେ ସମନ୍ବୟ ରଖି ମେଣ୍ଟ ସହଯୋଗୀ ବଛାଯାଇଥାଏ ବୋଲି ଶାହ କହିଛନ୍ତି ।ଶାହାଙ୍କ ବୟାନ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ସରଗରମ କରିଛି। ସେ କହିଛନ୍ତି, ଏବେ ସେ ମେଣ୍ଟ ନେଇ ଅଧିକ କିଛି କହିପାରିବେନି । କାରଣ ଓଡ଼ିଶାରେ ଭାଜପାର ଅଗାମୀ ରଣନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିବେ । କିନ୍ତୁ ଆଗାମୀ ନିର୍ବାଚନରେ ଉଭୟ ଲୋକ ସଭା ଓ ବିଧାନ ସଭାରେ ଭାଜପାର ଭଲ ପ୍ରଦର୍ଶନ କରିବ।ତେବେ ଶାହାଙ୍କ ବୟାନ ପରେ ପରେ ଏବେ ପାଣ୍ଡିଆନଙ୍କ ବୟାନ ଚହଳ ପକାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ କିଏ ହେବେ ସେ ନେଇ ତାଙ୍କୁ ପାଣ୍ଡିଆନଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ପାଣ୍ଡିଆନ କହିଛନ୍ତି, ନବୀନଙ୍କ କର୍ତ୍ତବ୍ୟନିଷ୍ଠା, ପ୍ରତିବଦ୍ଧତା ଓ ରାଜନୀତିରୁ ଊଦ୍ଧର୍ବରେ ରହି ଲୋକଙ୍କ ସେବା କରିବା ନୀତି ତାଙ୍କୁ ବେଶ୍ ପ୍ରଭାବିତ କରିଛି । ତେଣୁ ସେ ତାଙ୍କ ଆଦର୍ଶର ଉତ୍ତରାଧିକାରୀ, ତାଙ୍କ କଠିନ ପରିଶ୍ରମର ଉତ୍ତରାଧିକାରୀ । ଏସବୁ ପରେ ରାଜନୀତି କଥା ଆସିବ । ଆଉ ଉତ୍ତରାଧିକାରୀ ପ୍ରସଙ୍ଗରେ ସେ ନୁହେଁ, ବରଂ ଓଡ଼ିଶାବାସୀଙ୍କ ନିଷ୍ପତ୍ତି ଓ ବିଚାର ଗୁରୁତ୍ୱ ରଖେ ବୋଲି ପାଣ୍ଡିଆନ କହିଛନ୍ତି ।ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ବିଜେଡି ଓ ଭାଜପା ପାଇଁ ମେଣ୍ଟ କୌଣସି ନିର୍ବାଚନୀ ମୂଲ୍ୟ ରଖୁନାହିଁ । ରାଜ୍ୟରେ ସରକାର ଗଠନ ପାଇଁ ବିଜେଡି ଆଦୌ ଭାଜପାର ସହଯୋଗ ଆବଶ୍ୟକ କରୁନାହିଁ କି କେନ୍ଦ୍ରରେ ସରକାର ଗଠନ ପାଇଁ ଭାଜପା ମଧ୍ୟ ବିଜେଡିର ସହଯୋଗ ଲୋଡୁନାହିଁ । ଉଭୟ ମୋଦି ଓ ନବୀନଙ୍କ ଭିତରେ ନିବିଡ଼ ବନ୍ଧୁତା ରହିଛି, ସେମାନେ ରାଷ୍ଟ୍ର ତଥା ରାଜ୍ୟର ବିକାଶ ପାଇଁ ମିଳିମିଶି କାମ କରିବାକୁ ଚାହୁଁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post