ବାଲୁକା କଳା ମାଧ୍ୟମରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ବାଲୁକା କଳା ମାଧ୍ୟମରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ମେଟ୍ରୋ ଟିଭି ଓଡିଶା,୨୬/୧ : ବାଲୁକାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ।

୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ବାଲୁକା କଳାରେ ଇଣ୍ଡିଆ ଗେଟର ନିର୍ମାଣ କରିଛନ୍ତି । ଇଣ୍ଡିଆ ଗେଟରେ ତ୍ରିରଙ୍ଗା ଚିତ୍ରଣ କରି ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି।