ନୂଆବର୍ଷ ୨୦୨୪ରେ ପୁରୀ ଶ୍ରୀମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଏହି କଟକଣା ଲାଗୁ କରିବା ପାଇଁ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ଭିତରେ କେହି ପାନ, ଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭକ୍ତ ଓ ସେବାୟତ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହେବ ।ନୂଆବର୍ଷରେ ବଡ଼ ଦେଉଳରେ ଭକ୍ତଙ୍କୁ ନୂଆ ସୁବିଧା ମିଳିବ । ଏନେଇ ଜିଲ୍ଲା, ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରଛି । ପ୍ରଥମ ଥର ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଶେଡ୍ ତିଆରି କରାଯାଇଛି । ମରିଚିକୋଟ ଛକରୁ ଫ୍ୟାବ୍ରିକ୍ ଷ୍ଟ୍ରକଚରରେ ତିଆରି ଏହି ଶେଡ୍ ଦେଇ ଭକ୍ତମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ । ସେଠାରୁ ସାନଛତା ମଠ ଦେଇ ବଡ଼ ଆଖଡ଼ା ମଠ ସମ୍ମୁଖ ପରିକ୍ରମା ମାର୍ଗ ରାସ୍ତାରେ ନୂତନ ଭାବେ ତିଆରି ହୋଇଥିବା ବ୍ୟାରିକେଡ ଦେଇ ସିଂହଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିବେ ।
Trending
- ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଲା ପୋଲିସ
- EPFO ସଦସ୍ୟମାନେ ୧୦୦% ଟଙ୍କା ଉଠାଣ କରିପାରିବେ
- ଇକେୱାଇସି କରିନାହାଁନ୍ତି କି ? ଆସନ୍ତା ମାସରୁ ନେଇପାରିବେନି ଚାଉଳ
- ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା
- ନୂଆପଡ଼ା ନିର୍ବାଚନରେ କିଏ ଜିତିବ ?
- ମହିଳାଙ୍କୁ କାର୍ ଦେବେ ମୋହନ ସରକାର
- କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ମିଳିଲା ଦୀପାବଳି ବୋନସ
- ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ