ନୂଆବର୍ଷ ପୂର୍ବରୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ୨୯ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ସିଷ୍ଟମ ଆନାଲିଷ୍ଟ, ହିନ୍ଦି ଅଫିସର, କନିଷ୍ଠ ବିଭାଗ କିରାଣୀ (ଏଲଡିସି), ବରିଷ୍ଠ ବିଭାଗ କିରାଣୀ (ୟୁଡିସି), ଅନୁବାଦକ, ଫାର୍ମାସିଷ୍ଟ, ସୁରକ୍ଷା ଅଫିସର, ସେକ୍ସନ ଅଫିସର, ସୁରକ୍ଷା ଇନ୍ସପେକ୍ଟର, ଟେକ୍ନିକାଲ ଆସିଷ୍ଟାଣ୍ଟ, ଡ୍ରାଇଭ, ରୋଷେୟା, ଲାଇବ୍ରେରୀ ଆଟେଣ୍ଡାଣ୍ଟ, ଏମଟିସି ଆଦି ବିଭିନ୍ନ ପ୍ରକାର ପଦରେ ନିଯୁକ୍ତି ଦିଆଯିବ ।ସମସ୍ତ ପୋଷ୍ଟ ପାଇଁ ପଦ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି । ଫାର୍ମାସିଷ୍ଟ ପାଇଁ ବୟସ ୩୨ ବର୍ଷ ରହିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଫାର୍ମାସୀରେ ବ୍ୟାଚେଲର ଡିଗ୍ରୀ ରହିଛି । ସେହିପରି ପରିସଂଖ୍ୟାନ ସହାୟକ ପଦ ପାଇଁ ବୟସ ୩୨ ବର୍ଷ ରହିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ପରିସଂଖ୍ୟାନରେ ସ୍ନାତକ ରହିଛି । ୟୁଡିସି ପଦ ପାଇଁ ପ୍ରାର୍ଥୀ ଯେ କୌଣସି ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିବା ସହିତ ଏଲଡିସି ଭାବେ ଯେ କୌଣସି ସରକାରୀ ସଂସ୍ଥାରେ ଅତିକମରେ ୩ ବର୍ଷ କାର୍ଯ୍ୟ କରିଥିବେ ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post