ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ସେଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ମାଆଙ୍କ ପୀଠ । କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଯଜ୍ଞ ।ପରମ୍ପରା ଅନୁଯାୟୀ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ବେଶ ଧୁମ୍ ଧାମରେ ଚାଲିଛି ଝାମୁଯାତ୍ରା ତଥା ନେତ୍ର ଉତ୍ସବ । ଆଜିର ଦିନରେ ମା’ଙ୍କ ମନ୍ଦିରରେ ନୂତନ ନେତ ବନ୍ଧା ହେବାର ବିଧି ରହିଛି । ପାହାନ୍ତା ପ୍ରହରରୁ ମନ୍ଦିର ପହଡ଼ ଫିଟା ନୀତି ଆରମ୍ଭ ହୋଇ ମଙ୍ଗଳ ଆଳତି, ସ୍ନାନ ଓ ମଜଣା କରାଯାଇ ମା’ଙ୍କୁ ବେଶ କରାଯାଇଛି ।ବେଶ ପରେ ଭକ୍ତଙ୍କ ପାଇଁ ସାହଣ ମେଲା ଦର୍ଶନ ଆରମ୍ଭ ହୋଇଛି ।
Trending
- ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ରାଜ୍ୟ ସରକାର
- ଚଳନ୍ତା ଆମ ବସ୍ରେ ଲାଗିଲା ନିଆଁ
- ଲଗାତାର ୩୦ ଦିନ ଧରି ଗିରଫ ହେବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
Prev Post
Next Post