ଭାରତ ମହାସାଗରରେ ଚୀନ୍ର କାର୍ଯ୍ୟକଳାପ ଏବଂ ଜଳଦସ୍ୟୁମାନଙ୍କ ଆତଙ୍କକୁ ଦୃଷ୍ଟିରେ ରଖି ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ମହାସାଗରରେ ଏବଂ ଏହାର ଆଖପାଖ ଅଞ୍ଚଳରେ ୧୧ ଟି ବୁଡ଼ାଜାହାଜ ନିୟୋଜିତ କରିଛି। ଏହା ସହିତ ଭାରତୀୟ ନୌସେନା ୩୫ଟି ଯୁଦ୍ଧ ଜାହାଜ ମଧ୍ୟ ନିୟୋଜିତ କରିଛି। ସାମୁଦ୍ରିକ ଅଞ୍ଚଳରେ ୫ ଟି ବିମାନ ମଧ୍ୟ ନିୟୋଜିତ କରାଯାଇଛି। ଆବଶ୍ୟକ ହେଲେ ତୁରନ୍ତ ବାୟୁ ସହାୟତା ଯୋଗାଇ ଦିଆଯାଇପାରିବ। ନିକଟ ଅତୀତରେ ଚୀନ୍ ଭାରତ ମହାସାଗର ଅଞ୍ଚଳରେ ନିଜର ଉପସ୍ଥିତିକୁ ମଜବୁତ କରିଛି। ବିଭିନ୍ନ କାର୍ଯ୍ୟକଳାପର ବାହାନା କରି ଚୀନ୍ କ୍ରମାଗତ ଭାବରେ ଏହି ଅଞ୍ଚଳକୁ ନୌସେନା ଜାହାଜ, ଉପଗ୍ରହ ଟ୍ରାକର୍ ଏବଂ ବୁଡ଼ାଜାହାଜ ପଠାଉଛି। ଏବେ ଭାରତ ମଧ୍ୟ ନିଜର ସ୍ଥିତିକୁ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post