ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଆଜି ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। ତେଣେ କଟକରେ ବି ଦର ସମାନ ରହିଛି। ତେବେ ମଟନ୍ ଦର ଭିନ୍ନ ଭିନ୍ନ ସ୍ଥାନରେ ଟିକେ ତଳ ଉପର ରହିଛି। ମଟନ କିଲୋ ପ୍ରତି ୭୫୦ରୁ ୯୦୦ ଟଙ୍କା ରହିଛି। ସକାଳୁ ସକାଳୁ ଭୁବନେଶ୍ବର କଟକ ସମେତ ରାଜ୍ୟରେ ବିଭିନ୍ନ ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। ଚାହିଦା ଅନୁସାରେ ଆଜି ଦାମ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି। ସକାଳୁ ସକାଳୁ ଭୁବନେଶ୍ବର ସ୍ଥିତ ୪ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ଼।ଆମିଷ ବଜାରର ସୂଚନା ମୁତାବକ, ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ପାଖାପାଖି ଅଢ଼େଇ କୋଟିରୁ ଅଧିକ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦ କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଅଲ୍ ଓଡ଼ିଶା ନନ୍ଭେଜ୍ ଟ୍ରେଡସ୍ ଫେଡେରେସନ୍ର ରାଜ୍ୟ ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, ଛାଡ଼ଖାଇ ହେଉଛି ଆମିଷ ବେପାରୀଙ୍କ ବେପାରର ମହାପର୍ବ। ଶୁକ୍ରବାର ଛାଡ଼ଖାଇ ପାଳନ ହେଉଥିବାରୁ ମଟନ ବିକ୍ରି ଖୁବ୍ ଜମିବ। ପ୍ରତିବର୍ଷ ଛାଡ଼ଖାଇରେ ୪ କୋଟି ଟଙ୍କାର ମଟନ ବିକ୍ରି ହେଉଥିବା ବେଳେ ଏ ବର୍ଷ ଏହା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ତେବେ ମାଛ, ମାଂସ, କଙ୍କଡ଼ା ଆଦିରୁ ଏଥର ୫ରୁ ୭ କୋଟି ଟଙ୍କାର ବେପାର ହେବା ନେଇ ଆମେ ଆଶା ରଖିଥିବା ବେଳେ ସେ ନେଇ ଆମିଷ ବରାଦ ବି କରିସାରିଛୁ।ଏବେ ରାଜଧାନୀର ୪ ନମ୍ବର ହାଟ ମଧ୍ୟରେ ୨୦ଟି ମଟନ୍ ଦୋକାନ ରହିଥିବା ବେଳେ ବଡ଼ଗଡ଼, ସୁନ୍ଦରପଦା, ରେଣ୍ଟାଲ୍, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀବିହାର, ବାଲିଅନ୍ତା, ହ˚ସପାଳ, ଓସ୍କାର ସିଟି, ଝାରପଡ଼ା ସମେତ ବିଭିନ୍ନ ସ୍ଥାନରେ ୩ଶହରୁ ଅଧିକ ଦୋକାନ ରହିଛି। ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଦିନ ତଳୁ ପଶ୍ଚିମବଙ୍ଗରର ନରଖୁଲଡଙ୍ଗା, ମାଲ୍ଦା, କ୍ଷେତ୍ରୀପୁରରୁ ୭୦ ପ୍ରତିଶତ ଛେଳି ଆସିଥିବା ବେଳେ ବଲାଙ୍ଗୀର ନୟାଗଡ଼, ଦଶପଲା, କାକଟପୁର ଓ ନିମାପଡ଼ାରୁ ୩୦ ପ୍ରତିଶତ ଛେଳି ଅଣାଯାଇଛି। ଏବେ ବ୍ରଏଲର ଚିକେନ୍ ମୂଲ୍ୟ ୨୪୦ ଟଙ୍କା ରହିଛି। ସେହିଭଳି ବନରାଜ ୩୦୦ ଓ ଦେଶୀ ଚିକେନ୍ର ଦର ୫୦୦ ଟଙ୍କା ରହିଛି। ଏହାବ୍ୟତୀତ, ଛାଡ଼ଖାଇରେ ଅନେକ ବାହାଘର ଭୋଜି ରହୁଥିବାରୁ କେବଳ ରାଜଧାନୀରେ ଚିକେନ୍ ବ୍ୟବସାୟ ଶୁକ୍ର ଓ ରବିବାର ଅଧିକ ହେବ। ଆନ୍ଧ୍ରପ୍ରଦେଶ ବ୍ୟତୀତ ପିପିଲି ଅଞ୍ଚଳରୁ ବ୍ରଏଲର ଆସିଥିବା ବେଳେ ବାରିପଦାରୁ ଦେଶୀ କୁକୁଡ଼ା ଆସିଛି। ଛାଡ଼ଖାଇରେ କିନ୍ତୁ ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି ରହିଥାଏ।
Trending
- ୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍ଘାଟିତ,କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି
- ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼,ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି
- ଆଜି ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଚଢ଼ାଉ,ସଂସ୍ଥାର ମାଲିକ ସମତେ ଆକାଉଣ୍ଟାଣ୍ଟ୍ଙ୍କୁ ମାରାଥନ ଜେରା
- ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସେବା ଭବନରେ ‘ବନ୍ଦେ ମାତରମ୍’ ଗାନ ମୁଖ୍ୟମନ୍ତ୍ରୀ
- ଜେଏନୟୁରେ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ