ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାର ଯାଞ୍ଚ ପାଇଁ ଏକ ନୂତନ ସ୍ବତନ୍ତ୍ର ଏସଆଇଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାରୁ ଜଣାପଡିଛି, ଗତ ଶୁଣାଣି ସମୟରେ ଜଷ୍ଟିସ ଗଭଇ ମନ୍ତବ୍ୟ ଦେଇଛନ୍ତି ଯେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ୍। ଏହା ମଧ୍ୟ କୁହାଯାଇଥିଲା ଯେ ଲାବୋରେଟୋରୀର ପରୀକ୍ଷା ରିପୋର୍ଟ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ନୁହେଁ | ତେଣୁ, ଜଷ୍ଟିସ ଗଭଇ ଏହି ନିର୍ଦ୍ଦେଶ ଦେବାବେଳେ କହିଛନ୍ତି, ଆମେ ଏହି ଆଦେଶ ଦେଉଛୁ। ଦେବତାଙ୍କ ଉପରେ ବିଶ୍ୱାସ କରୁଥିବା କୋଟି କୋଟି ଲୋକଙ୍କ ଭାବନାକୁ ଧ୍ୟାନରେ ରଖି ଆମେ ଏସଆଇଟିକୁ ଏହି ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଉଛୁ। କୋର୍ଟ ସିବିଆଇର ୨ସଦସ୍ୟ, ଆନ୍ଧ୍ର ପ୍ରଦେଶ ରାଜ୍ୟ ପୋଲିସର ୨ ସଦସ୍ୟ ଏବଂ ଏଫଏସଏସଏଆଇ (FSSAI)ର ଜଣେ ବିଶେଷଜ୍ଞଙ୍କୁ ନେଇ ଏକ ଏସଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପ୍ରସାଦରେ ଚର୍ବି ମିଶିବା ଅଭିଯୋଗ ସମଗ୍ର ବିଶ୍ୱରେ ଭକ୍ତଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଛି। ଆମେ ଚାହୁଁନାହୁଁ ଏହି ବିଷୟ ଏକ ରାଜନୈତିକ ଡ୍ରାମା ହେଉ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post