କାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ କରାଯାଇଛି ପରିବର୍ତ୍ତନ । ଆସନ୍ତାକାଲିଠୁ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିହେବ। କେବଳ ସିଂହଦ୍ଵାର ଓ ପଶ୍ଚିମଦ୍ବାର ଦେଇ ଭକ୍ତ ମାନେ ପ୍ରବେଶ କରିବେ।
ସିଂହଦ୍ଵାର ବ୍ୟତୀତ ଅନ୍ୟ ତିନି ଦ୍ବାର ଦେଇ ମନ୍ଦିରରୁ ପ୍ରସ୍ଥାନ କରିବେ । ଅର୍ଥାତ୍ ୨ ଦ୍ବାରରେ ପ୍ରବେଶ ଓ 3ଟି ଦ୍ବାରରେ ପ୍ରସ୍ଥାନ। ସିଂହଦ୍ଵାର ଦେଇ ଭକ୍ତମାନେ ବାହାରିପାରିବେ ନାହିଁ। ସେବାୟତ ଓ ସେବକଙ୍କ ପରିବାର ସଦସ୍ୟଙ୍କ ପାଇଁ ଏହି ବ୍ୟବସ୍ଥା ପ୍ରଜୁଯ୍ୟ ନୁହେଁ। ସାମାଜିକ ଗଣମାଧ୍ୟମରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।