ଆଜି ଭସାଣି, ମେଲାଣି ନେବେ ମା’

ଆଜି ଭସାଣି। ମେଲାଣି ନେବେ ମା’। କଟକ ଦୁର୍ଗାପୂଜା ଭସାଣି ଉପରେ ନଜର ରଖିବ ଡ୍ରୋନ। ଚଳିତ ବର୍ଷ ପ୍ରଥମଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ। ଭସାଣି ରୁଟରେ ନଜର ରଖିବ ମୋଟ ୫ ଶହରୁ ଅଧିକ ସିସିଟିଭି କ୍ୟାମେରା। ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସି ଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୋଲିସ । ସେହିପରି ପ୍ରଥମ ଥର ପାଇଁ ‘CTC 60’ ନାମରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେଶିବଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି “CTC 60” ପୋଲିସ ଟିମ୍ ।

Leave a comment