୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଅନୁମୋଦନ
ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଅନୁମୋଦନ । ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟାରୁ ହେବ ଦ୍ଵାରଫିଟା । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତମାନେ ଗଠନ କରିବେ ସବ୍ କମିଟି । ତିନି ପ୍ରଶାସନ ଓ ସ୍ବେଛାସେବୀକୁ ନେଇ ସେବକମାନେ ଶୃଙ୍ଖଳିତ ଦର୍ଶନ ନେଇ ବିଚାର ବିମର୍ଶ କରିବେ । ଦିବ୍ୟାଙ୍ଗ ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି ଚିଠା ମାର୍ଗଦର୍ଶିକା ।ନୀତି ସବ୍ କମିଟି ଓ ଛତିଶା ନିଯୋଗରେ ନୀତିଗତ ଭାବରେ ଗୃହୀତ ହୋଇଛି ଏହି ଚିଠା ମାର୍ଗଦର୍ଶିକା । ପୁରୀବାସିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବୈଠକରେ ଆଲୋଚନା ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ନେଇ ଆଲୋଚନା ମଧ୍ୟ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଗର୍ଭଗୃହ ଦର୍ଶନ ମନା । ସଂପୂର୍ଣ୍ଣ ସଂରକ୍ଷଣ ପରେ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା । ଦିବ୍ୟାଙ୍ଗ,ବୟସ୍କ ,ଶିଶୁଙ୍କ ପାଇଁ ଲାଗୁ ହେବ ନାହିଁ ଟିକେଟ । ଏଥିପାଇଁ ସ୍ଵତନ୍ତ୍ର ଏସଓପି ପ୍ରସ୍ତୁତ ହେବ । ରତ୍ନ ଭଣ୍ଡାର ପାଇଁ ମଧ୍ୟ ହୋଇଛି ଚିଠା ଏସଓପି । ଏହାକୁ ହାଇ ଲେବୁଲ କମିଟିରେ ଉପସ୍ଥାପନ କରାଯିବ । ପରେ ପରିଚାଳନା କମିଟି ଆଲୋଚନା ପରେ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପିତ ହେବ ।