ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ଵତନ୍ତ୍ର କମିଟି , ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ କମିଟି

ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ଵତନ୍ତ୍ର କମିଟି । ଜଣେ ହାଇକୋର୍ଟଙ୍କ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ସମସ୍ତ ନିଯୋଗ ଙ୍କ ସହ ଆଲୋଚନା କରି ନିତିକାନ୍ତି ଉପରେ ବିଚାର କରିବେ ।   ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ କରିବେ.   ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ତା ପରେ ସ୍ୱତଲିପି ପ୍ରସ୍ତୁତ ହେବ ବୋଲି କହିଲେ ଆଇନ ମନ୍ତ୍ରୀ  ।  ସୂଚନା ଅନୁଯାୟୀ ମହାପ୍ରଭୁ ଲିଙ୍ଗରାଜ ଦୀର୍ଘ ୪୫ ଘଣ୍ଟା ଉପବାସରେ ରହିବା ପରେ ସ୍ବାଭାବିକ ହୋଇଥିଲା ନୀତିକାନ୍ତି। ଗତକାଲିଠୁ ନୀତିକାନ୍ତି ସୂଚାରୁ ରୂପେ ଚାଲିଛି।  ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁର ଉପବାସରେ ରହିଥିଲେ, ନୀତିକାନ୍ତି ବନ୍ଦ ରହିଥିଲା।

୨ଟି ପର୍ଯ୍ୟାୟରେ ବୈଠକ ସତ୍ତ୍ବେ ନିଷ୍କର୍ସ ବାହାରି ପାରିନଥିଲା ।  ଶେଷରେ ଟ୍ରଷ୍ଟବୋର୍ଡ ବୈଠକ ପରେ ସମାଧାନର ବାଟ ବାହାରିଥିଲା । ଏହାପରଠୁ ନୀତିକାନ୍ତି ସ୍ବାଭାବିକ ଭାବେ ଚାଲିଛି। ତେବେ ବାରମ୍ବାର ବିବାଦ ଉପୁଜୁଥିବାରୁ  ଏହାର ସ୍ଥାୟୀ ସମାଧାନ ପାଇଁ ଏକକ ସଦସ୍ୟ ବିଶିଷ୍ଟ କମିଶନ ଗଠନ ନେଇ ସୂଚନା  ଦେଇଛନ୍ତି ଆଇନମନ୍ତ୍ରୀ।  ସୁଚନାଅନୁଯାୟୀ ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ।
ପୁଣି ପୂଜାପଣ୍ଡା ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ ପାଇଁ ନୀତି ବନ୍ଦ ହୋଇଥିବା ସୂଚନା ରହିଥିଲା  ।  ପଇତା ଲାଗି ନୀତି ନେଇ ୨୦୧୯ରୁ ଲାଗି ରହିଥିଲା  ବିବାଦ । ସନ୍ଧ୍ୟା ଧୂପଠାରୁ ନୀତିକାନ୍ତି ବନ୍ଦ ରହିଥିବା ବେଳେ ନୀତି ବିଭ୍ରାଟ ହୋଇଥିବାରୁ ପ୍ରଭୁଙ୍କର କୌଣସି ନିତି ହୋଇନଥିଲା  । ଦେବୋତ୍ତର କମିଶନଙ୍କ ନିକଟରେ ମାମଲା ବିଚାରାଧୀନ ରହିଛି । ସମାଧାନ କରିବାରେ ବିଫଳ ହୋଇଥିଲା ମନ୍ଦିର ପ୍ରଶାସନ ।