ଧରାବତରଣ କରିବେ ପ୍ରଭୁ ଯୀଶୁ

ଧରାବତରଣ କରିବେ ପ୍ରଭୁ ଯିଶୁଖ୍ରୀଷ୍ଟ । ମଧ୍ୟରାତ୍ରୀରେ ଜନ୍ମନେବେ ଯିଶୁଖ୍ରୀଷ୍ଟ । ସାରା ରାଜ୍ୟରେ ଶିଶୁ ଯିଶୁଙ୍କ ସ୍ବାଗତ ପାଇଁ ସୁରକ୍ଷା ସହ  ହୋଇଛି ସମସ୍ତ ପ୍ରସ୍ତୁତି । ନିର୍ମାଣ ହୋଇଛି ପବିତ୍ର ଗୁହାଳ । କ୍ୟାଥୋଲିକ ଓ ବାପଟିଷ୍ଟ ଚର୍ଚ୍ଚ ଗୁଡ଼ିକରେ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ହୋଇଛି ।  ଖ୍ରୀଷ୍ଟିଆନ ଭାଇ ଭଉଣୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । କ୍ୟାରୋଲ ଗାନ ପରେ ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହେବ । କ୍ୟାଣ୍ଡେଲ ଓ କେକ କାଟି ସ୍ବାଗତ ଜଣାଇବେ  । କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହନ୍ତି, ଭାଇଚାରାର ସହର କଟକରେ ଅନ୍ୟ ବର୍ଗର ଲୋକେ ମଧ୍ୟ ଉତ୍ସବରେ ସାମିଲ ହୋଇଛନ୍ତି । ଯିଶୁ ଜନ୍ମ ହେବାପରେ ଘରେ କେକ ଠାରୁ ଆରମ୍ଭ କରି ପିଠାପଣାର ଆସର ସାଙ୍ଗକୁ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିବ । ପରସ୍ପରକୁ ଜଣାନ୍ତି ମେରୀ ଖ୍ରୀଷ୍ଟମାସର ଶୁଭେଚ୍ଛା । ମିଶନରୋଡ଼ ବ୍ୟାପ୍ଟିଷ୍ଟ ଚର୍ଚ୍ଚ 10 ହଜାର ପାନ ପତ୍ରରେ ସାନ୍ତାକ୍ଲଜ ତିଆରି କରୁଛନ୍ତି ସ୍କେଚ ଆର୍ଟିଷ୍ଟ ବିଜୟଲକ୍ଷ୍ମୀ ରାଉତ । ୧୭ ହଜାର ବର୍ଗଫୁଟ ଅଞ୍ଚଳରେ ୬ ଜଣ ଆର୍ଟିଷ୍ଟ ଲାଗିଛନ୍ତି ଏହି କାମରେ । ଯାହା ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ବିଜୟଲକ୍ଷ୍ମୀ ।