ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପାଇଁ ରହିବେ ଦୁଇଟି ଟିମ୍ । ଏହି ଦୁଇଟି ଟିମ୍ ହେଲେ ତଦାରଖ ଦଳ ଓ କାର୍ଯ୍ୟାଵାହୀ ଦଳ । ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ବୈଠକ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ଏସଓପି ଆସିଛି । ୧୪ ପୃଷ୍ଠା ବିଶିଷ୍ଟ ରହିଛି ଏସଓପି । ଶ୍ରୀମନ୍ଦିର ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ସରକାରଙ୍କ ଅନୁମୋଦିତ ଏସଓପିକୁ ପରିଚାଳନା କମିଟିରେ ଆଲୋଚନା କରାଯିବ । ଦର୍ଶନ ବ୍ୟବସ୍ଥା ଓ ନୀତିକୁ ଗୁରୁତ୍ୱ ଦିଆଯାଇଛି । ପର୍ବପର୍ବାଣି ଓ ବହୁଳ ନୀତି ସମୟରେ ଗଣତି ମଣତି ହେଇପାରିବ ନାହିଁ । ଶୁଭ ମୁହୂର୍ତ ଦେଖି ନିଷ୍ପତି ନିଆଯିବ । ମରାମତି ଓ ସ୍ଥାନାନ୍ତରଣ ପ୍ରକ୍ରିୟା ନିର୍ବିଘ୍ନରେ ଶେଷ ହୋଇଛି । କାର୍ଯ୍ୟ ତଦାରଖ କରିବେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପ ମୁଖ୍ୟ ପ୍ରଶାସକ । ଉଚ୍ଚସ୍ତରୀୟ କମିଟିର ଦୁଇ ଜଣ ରହିବେ ।
ଶ୍ରୀ ମନ୍ଦିର ଭଣ୍ଡାର ମେକାପ, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ ଓ ବଣିଆ ଗଣତି ମଣତିରେ ଉପସ୍ଥିତ ରହିବେ । ରତ୍ନ ଚିହ୍ନିବା ପାଇଁ ରିଜର୍ଭ ବ୍ୟାଙ୍କ ଏଫ ଇଣ୍ଡିଆର ଜଣେ ଅଧିକାରୀ ରହିବେ । ଦୁଇ ଜଣ ଫଟୋଗ୍ରାଫର ରହିବେ । ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯିବ । ଗଜପତି ମହାରାଜା ଚାହିଁଲେ ତଦାରଖ କରିପାରିବେ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯିବ । ଦ୍ୱିତୀୟରେ ବାହାର ରତ୍ନଭଣ୍ଡାର ଗଣତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କରାଯିବ। ପ୍ରତେକ ଦିନ ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ରହିବ, କାମ ଆରମ୍ଭ ହେଲେ ଆସିବ । ଗଣତି ମଣତି ତାଲିକାକୁ ପରିଚାଳନା କମିଟି ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ବାହାର କାଠରୁ ଦର୍ଶନ ବ୍ୟବସ୍ଥା ରହିବ । କେବଳ ପାଳିଆ ସେବକ ମହାପ୍ରଭୁଙ୍କ ସେବା ପୂଜା କରିବେ । ପାରମ୍ପରିକ ପୋଷାକ ପିନ୍ଧି ରତ୍ନଭଣ୍ଡାରକୁ ପ୍ରବେଶ କରିବେ ଅଧିକୃତ ବ୍ୟକ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଅଳଙ୍କାର ଗଣତି ମଣତି ନେଇ ତାରିଖ ଧର୍ଯ୍ୟ କରାଯିବ ।