ଆଜି ଠାରୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନ ଭଣ୍ଡାର,୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି ମଣତି
ଆଜି ଠାରୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନ ଭଣ୍ଡାର । ଗତ ମାର୍ଚ୍ଚ ୨୫ ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ବାହାର ଭଣ୍ଡାର ଗଣତି ହେବ । ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ, ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଗଣତି ପ୍ରକ୍ରିୟା ବେଳେ ଶ୍ରୀଜିଉଙ୍କ ନୀତିକାନ୍ତି ଅବ୍ୟାହତ ରହିବ। ଭିତରକାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାରକାଠ ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜି ଦ୍ବିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ହେବ । ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି ମଣତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ପ୍ରଥମ ସପ୍ତାହରେ ହୋଇଥିଲା ରତ୍ନ ଭଣ୍ଡାର ଗଣତି ମଣତି । ଏନେଇ ସୂଚନା ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଛତିଶା ନିଯୋଗ ସହିତ ଆଲୋଚନା ହୋଇଥିଲା । ଖୁବ ଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ ବୋଲି କୁହାଯାଉଥିଲା ।
ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ଆରମ୍ଭ କରିବା ପାଇଁ ଯୋଜନା କରୁଛୁ ବୋଲି କହିଥିଲେ ମନ୍ତ୍ରୀ । ମ୍ୟାନେଜିଙ୍ଗ କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିଲା । ସେମାନେ ଛତିଶା ନିଯୋଗ ସହିତ କଥା ହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାଇ କେଉଁ ସମୟରେ କଲେ ଠିକ ହେବ ତାରିଖ ଘୋଷଣା ହୋଇଥିଲା ।