ଫେବୃଆରୀ ପହିଲାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇପାରେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଶ୍ରୀମନ୍ଦିରରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ତାରିଖ ପୁନର୍ବାର ଘୁଞ୍ଚିବାକୁ ନେଇ ଚର୍ଚା ଜୋର ଧରିଛି ।
ହୁଣ୍ଡି ସ୍ଥାନାନ୍ତର ପାଇଁ କିଛି ଅନୁମତି ଜରୁରୀ। ଅନୁମତି ମିଳିବା ପରେ ହୁଣ୍ଡିକୁ ସ୍ଥାନାନ୍ତର କରାଯିବ। ପରେ ସେଠାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କାଠ ରାମ୍ପକୁ ରଖାଯିବ। ପରବର୍ତ୍ତୀ ସମୟରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ।
ନାଟମଣ୍ଡପରେ ଥିବା ହୁଣ୍ଡି ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବା ସମ୍ଭବ ନୁହେଁ। ହୁ ଅନୁମତି ପ୍ରକ୍ରିୟା ପାଇଁ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ବିଳମ୍ବ ହେଉଛି ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।
ପୂର୍ବରୁ ନୂଆବର୍ଷ ଅର୍ଥାତ ଜାନୁଆରୀ ପହିଲାରୁ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହାପରେ ପୁନର୍ବାର ତାରିଖ ବଦଳାଇ ଚଳିତ ମାସ ୨୦ରୁ ଶ୍ରୀମନ୍ଦିରରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଘୋଷଣା କରାଗଲା।
ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଚଳିତ ମାସ ୧୪ରେ ଆଇନ ମନ୍ତ୍ରୀ ସୂଚନା ଦେଇଥିଲେ। ଏହାର ମାତ୍ର ୩ଦିନ ପରେ ପୁନର୍ବାର ଧାଡ଼ି ଦର୍ଶନ ବ୍ୟବସ୍ଥାର ତାରିଖ ବଦଳିଛି। ପ୍ରକାଶଯୋଗ୍ୟ, ନିର୍ମାଣ ହୋଇଥିବା କାଠ ରାମ୍ପରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ଶ୍ରୀମନ୍ଦିର ନାଟ ମଣ୍ଡପରେ ଥିବା ହୁଣ୍ଡିକୁ ସ୍ଥାନାନ୍ତର ଆବଶ୍ୟକ।