ସୀତା ସିାଗାରେଟ ଟାଣିବା ପରେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ୫ ଛାତ୍ର ଗିରଫ । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଷ୍ଟେଜ ଉପରେ ଜଣେ ପୁରୁଷ କଳାକାର ମା’ ସୀତାଙ୍କ ଭୂମିକାରେ ରହିଛନ୍ତି। ସେ ସିଗାରେଟ ଟାଣିବା ସହ ବିଭିନ୍ନ ପ୍ରକାରର ଅସଭ୍ୟ ଭାଷା ପ୍ରୟୋଗ କରୁଛନ୍ତି। ଶୁକ୍ରବାର ଏହି ନାଟକକୁ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଥିଲା। ଏଥିରେ ଆପତ୍ତିଜନକ ଦୃଶ୍ୟ ଥିବାରୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଏବିଭିପି ଓ ପୁଣେ ବିଶ୍ୱବିଦ୍ୟାଳୟର ଲଳିତ କଳା କେନ୍ଦ୍ରର ଶିକ୍ଷାର୍ଥୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ଏହା ବିରୋଧରେ ଏବିଭିପି କାର୍ଯ୍ୟକର୍ତ୍ତା ହର୍ଷବର୍ଦ୍ଧନ ହାରପୁଡେ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ୨୯୫ ଏ ଓ ଅନ୍ୟ ଦଫାରେ ମାମଲା କରିଥିଲା। ଲଳିତ କଳା କେନ୍ଦ୍ରର ବିଭାଗୀୟ ମୁଖ୍ୟ ଡ ପ୍ରବୀଣ ଭୋଲେ, ୫ ଜଣ ଛାତ୍ର ଭବେଶ ପାଟିଲ, ଜୟ ପେଦନେକର, ପ୍ରଥମେଶ ସାୱନ୍ତ, ଋଷିକେଶ ଡାଲଭି ଓ ୟଶ ଚିଖଲେଙ୍କୁ ଗିରଫ କରିଛି। ବିଶ୍ୱବିଦ୍ୟାଳୟରେ ‘ରାମଲୀଳା’ ନାଁରେ ଗୋଟିଏ ନାଟକ ପରିବେଷଣ କରାଯାଇଥିଲା। ଏଥିରେ ଅନେକ ଆପତ୍ତିଜନକ ଦୃଶ୍ୟ ଓ ସଂଳାପ ରହିଥିବା ଅଭିଯୋଗ ହୋଇଥିଲା।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post