ଆସୁଛି ମାଙ୍କ ପୂଜା । ନୂଆ ନୂଆ ମେଢ଼ ଦେଖିବା ପାଇଁ ଆପଣ ଅପେକ୍ଷା କରିଥିବେ ନିଶ୍ଚୟ । ତେବେ ଏଥର ନୂଆ ନୂଆ ତୋରଣ ଶ୍ରଦ୍ଧାଳୁଙ୍କ ଆକର୍ଷଣ କରିବ । ପୀଠରେ ଆଜି ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ପୂଜାମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଜାରି ରହିଛି। ପୂଜା ମଣ୍ଡପଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଛି। ଭୁବନେଶ୍ବରର ବିଭିନ୍ନ ପୂଜାମଣ୍ଡପରେ ବି ମାଙ୍କର ପୂଜାର୍ଚ୍ଚନା ଚାଲିଛି। ରାଜଧାନୀରେ ପ୍ରତିବର୍ଷ ଭଳି ରସୁଲଗଡ଼, ନୟାପଲ୍ଲୀ, ଭିଏସଏସ ନଗର, ଷ୍ଟେସନ ଛକ, ବମିଖାଲ, ଲକ୍ଷ୍ମୀସାଗର, ଝାରପଡ଼ା ଆଦିରେ ଦୁର୍ଗାପୂଜା କମିଟି ଚଳିତ ଥର ମଧ୍ୟ ମା’ଙ୍କ ପାଇଁ ଆକର୍ଷଣୀୟ ତୋରଣ ନିର୍ମାଣ କରିଛି। କେଉଁଠି ଢ଼ୋଲ ଆକୃତିର ଏହି ମେଢ଼ ବେଶ ସୁନ୍ଦର ଦିଶୁଛି ତ କେଉଁଠି ବଡ଼ ମଡ଼ ମନ୍ଦିର ଆକୃତିର ତୋରଣ ଆଖି ଝଲସାଇ ଦେଉଛି । ମା’ ମହିଷାମର୍ଦ୍ଦିନୀଙ୍କ ପାଇଁ ବୀର ସୁରେନ୍ଦ୍ର ସାଏ (ଭିଏସ୍ଏସ୍) ନଗର ପୂଜା କମିଟି ଭାରତୀୟ ପରଂପରାର ବାଦ୍ୟ ‘ଢ଼ୋଲ’କୁ ନେଇ ସ୍ବତନ୍ତ୍ର ମେଢ଼ ପ୍ରସ୍ତୁତ କରିଛି।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି