ଆଜି ଇଦ୍,ରଙ୍ଗୀନ ଆଲୋକମାଳାରେ ଝଲସୁଛି ମସଜିଦ
ଆଜି ଇଦ୍ । ଚଳଚଞ୍ଚଳ ମସଜିଦ । ରଙ୍ଗୀନ ଆଲୋକମାଳାରେ ଝଲସୁଛି । ଜମିଛି ଭିଡ଼ । ସମୂହ ନମାଜ ପାଠ ପାଇଁ ବିଭିନ୍ନ ସ୍ଥାନରେ ମସଜିଦ ଓ ଇଦଗାରେ ଭିଡ଼ । ମୁସଲମାନମାନେ ନମାଜ ପାଠ ସହ ପରସ୍ପର ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଉଛନ୍ତି । ମାସକର ରୋଜା ପରେ ମୁସଲମାନମାନେ ଆଜି ଇଦ ମନାଉଛନ୍ତି ।
ଇଦ୍ ପାଇଁ ସାରାଦେଶ ଉତ୍ସବମୁଖର । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ । ଦିନ ସାରା ଉପବାସ ରହି ରାତିରେ ରୋଜା ପାଳୁଥିଲେ। ଏହା ରମଜାନ ମାସକୁ ଇସଲାମରେ ସବୁଠୁ ପବିତ୍ର ମାସ କୁହାଯାଏ ।
ସମୁହ ନମାଜ ପାଠ ପାଇଁ ସମସ୍ତ ମସଜିଦରେ ସକାଳୁ ସକାଳୁ ଭିଡ ଲାଗିଛି । ଇଦ ପାଳନ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ କରିଛି କମିଶନରେଟ ପୋଲିସ । ଶେଖ୍ ବଜାର, ଅଲିଶା ବଜାର, ଦେୱାନ୍ ବଜାର, ଓଡ଼ିଆ ବଜାର, ସୂତା ହାଟ, କାଫଲା ବଜାର, ଆଦି ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛି କମିଶନରେଟ ପୋଲିସ । ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛନ୍ତି । ପ୍ରମୁଖ ଉପାସନା ପୀଠ କଦମ-ଏ-ରସୁଲ ଓ ଇଦଗା ପଡ଼ିଆରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।