ନଭେମ୍ବର ୧୫ରୁ ମହାନଦୀପଠାରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ
ଐତିହାସିକ କଟକ ବାଲିଯାତ୍ରାରେ ଲୋକେ ବୁଲିବାର ମଜା ନେଇଥାନ୍ତି। ମୀନାବଜାର ଠାରୁ ଆରମ୍ଭ କରି ମନୋରଂଜନ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇଥାଏ। ଲୋକେ ମନଖୁସିରେ ଖିଆପିଆ କରନ୍ତି। ଘରୋଇ ସାମଗ୍ରୀ କିଣାକିଣି କରନ୍ତି। ବାଲିଯାତ୍ରାରେ ବ୍ୟବସାୟୀମାନେ କୋଟିକୋଟି ଟଙ୍କାର ବ୍ୟବସାୟ କରନ୍ତି।
ଗତବର୍ଷ ବାଲିଯାତ୍ରା ୯ ଦିନ ଧରି ଆୟୋଜିତ ହୋଇଥିବା ବେଳେ ଏହାରି ମଧ୍ୟରେ ବ୍ୟବସାୟ ୧୦୦ କୋଟି ଟଙ୍କା ଟପି ଯାଇଥିବା ଆକଳନ କରାଯାଇଥିଲା। ଗତବର୍ଷ ବାଲିଯାତ୍ରା ପଡ଼ିଆରେ ବିଭିନ୍ନ ସରକାରୀ ସଂସ୍ଥା ଜରିଆରେ ଖୋଲିଥିବା ଷ୍ଟଲରୁ ୪୦ କୋଟି ଟଙ୍କାରୁ ଅଧିକ ବେପାର ହେବା ଘଟଣା କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଥିଲା।