ମା’ ଭଦ୍ରକାଳୀଙ୍କ ଚାଲିଛି ପୂଜାର୍ଚ୍ଚନା, ଦ୍ବିତୀୟ ଦିନରେ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା
ଭଦ୍ରକ, ବୀରଗୋବିନ୍ଦପୁର, ଯାଜପୁର, ନିଆଳି,ନବରଙ୍ଗପୁର ହେଉଛି ରାଜ୍ୟର ପ୍ରମୁଖ ପୀଠରେ ମହାକାଳୀ ପୂଜା । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ଚାଲିଛି ପୂଜାର୍ଚ୍ଚନା । ଆଜି ଦ୍ବିତୀୟ ଦିନରେ ସପ୍ତମାତୃକା ବେଶରେ ମା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜିର ଦିନରେ ମାଙ୍କୁ ଦର୍ଶନ କଲେ ଗ୍ରହରିଷ୍ଟ ଖଣ୍ଡନ ହେବା ସହ ଘରର ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି । ପୁରୀର ବୀରଗୋବିନ୍ଦପୁରରେ ରାଜରାଜେଶ୍ବରୀ ବେଶରେ ମହାକଳୀ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆଜି ରାତିରେ ୩ ଭଉଣୀ, ଉଗ୍ରତାରା, ମା କାମ ରୂପା ଓ ମା ଦକ୍ଷିଣକାଳୀଙ୍କ ଭାର୍ଗବୀ ନଦୀରେ ବିସର୍ଜନ ହେବ। ଏହା ସହିତ ଶେଷ ହେବ କାଳୀପୂଜା । ବ୍ୟାସନଗର ସହରର ଗଣ ପର୍ବ ମା ଶ୍ୟାମା କାଳୀଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଛି ସହର । ବିଳମ୍ବିତ ରାତିରୁ ୧୮ଟି ପୂଜା ମଣ୍ଡପରେ ଶେଷ ହୋଇଛି ମା ଶ୍ୟାମା କାଳୀଙ୍କ ପୂଜା କ୍ଷ ବିଭିନ୍ନ ମଣ୍ଡପରେ ଭକ୍ତ ମାନେ ମା ଙ୍କ ଦର୍ଶନ କରିବା ସହିତ ନିଜ ପରିବାର ମଙ୍ଗଳ କାମନା କରୁଛନ୍ତି କ୍ଷ ଆଜି ଠାରୁ ଆସନ୍ତା ୩୦ ପର୍ଯ୍ୟନ୍ତ ପ୍ରତେକ ପୂଜା ମଣ୍ଡପରେ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଳା କ୍ଷ ନିଆଳିରେ ଉତ୍ସବମୁଖର ମା ଦକ୍ଷିଣକାଳୀ ପୀଠ । ସକାଳୁ ସର୍ବସାଧାରଣଙ୍କ ଦର୍ଶନ ଚାଲିଛି । ଆଜି ସନ୍ଧ୍ୟାରେ ମାଙ୍କୁ ବିସର୍ଜନ କରାଯିବ ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଗ୍ରାମ ୫୨ନମ୍ବର ରେ ମହା ଆଡମ୍ବରରେ ଚାଲିଛି କାଳୀ ପୂଜା । ଚଳିତ ବର୍ଷ ପୂଜା ପାଉଛନ୍ତି ୪୨ ଫୁଟ ଉଚ୍ଚ ର ମା କାଳୀ ଙ୍କ ମୃଣ୍ମୟୀ ମୂର୍ତି ।