ଦୁର୍ଗାପୂଜା ପ୍ରସ୍ତୁତି , ଭସାଣିରେ ବାଜିବନି ଡିଜେ- ଚିନ୍ତାରେ ଡିଜେ ବ୍ୟବସାୟୀ

ବାଜିବ ଢ଼ୋଲ କାହାଳି,

ଆଗକୁ ଦୁର୍ଗାପୂଜା ଆସୁଛି ।  ଏନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ୍‌ ପୋଲିସ ଏବଂ ଦୁର୍ଗା ପୂଜା କମିଟି ପକ୍ଷରୁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଉ ଡିଜେ ବାଜିବନି ବୋଲି ନିଷ୍ପତ୍ତି ନିଆଯାଇଛି । ପୁରୁଣା ବାଦ୍ୟ ପୁଣି ବାଜିବ ।

ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ବର ଦୁର୍ଗା ପୂଜା ଭସାଣିରେ ଡିଜେ ବାଜିବ ନାହିଁ ବୋଲି ସ୍ଥିର କରାଯାଇଛି। ଏପରିକି ଭସାଣିରେ ଲେଜର ଲାଇଟ ଏବଂ ବାଣ ଫୁଟାଇବାକୁ ମଧ୍ୟ ବାରଣ କରାଯାଇଛି। କେବଳ ପାରମ୍ପରିକ ବାଜାରେ ମା’ଙ୍କ ଭସାଣି ଶୋଭାଯାତ୍ରା ହେବ ବୋଲି ବୈଠକରେ କୁହାଯାଇଛି।

Leave a comment