ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବାର ଭିଡିଓ ଭାଇରାଲ

ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବାର ଭିଡିଓ ଭାଇରାଲ । ରବି ପ୍ରଭୁ ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ୍ ଆଇଡିରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଭିଡିଓ ଅପଲୋଡ଼ କରିଛନ୍ତି । ୨୪ ସେକେଣ୍ଡର ଏହି ଭିଡିଓରେ ଵ୍ୟକ୍ତି ଜଣକ ଡ୍ରୋନ୍ ଧରି ହାତରେ ଦେଖାଇବାର ଦୃଶ୍ୟ ରହିଛି । ଯାହାକି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଡ୍ରୋନ୍ ଉଡାଣ ଭିଡିଓଟି ୬ ଘଣ୍ଟା ପୂର୍ବରୁ ଅପଲୋଡ଼ ହୋଇଛି। ଭିଡିଓଟି କେବେ ଉତ୍ତୋଳନ ହୋଇଛି ତାହା ଜଣାପଡିନାହିଁ ।

Leave a comment