କଳାକାରଙ୍କ ପାଇଁ ସଂସଦରେ ସ୍ୱର ଉଠାଇଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ
ନୂଆଦିଲ୍ଲୀ: କଳାକାରଙ୍କ ପାଇଁ ସଂସଦରେ ସ୍ୱର ଉଠାଇଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ । ଭତ୍ତା ପ୍ରସଙ୍ଗରେ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ସମାଧାନ ହେଉନି । ଯେଉଁମାନେ ଦେଶର ଅସ୍ମିତା ବଞ୍ଚାଇ ରଖିଛନ୍ତି ସେମାନଙ୍କ ପାଇଁ ସରକାର ବନ୍ଦୋବସ୍ତ କରିଛନ୍ତି କିନ୍ତୁ କାର୍ଯ୍ୟକାରୀ ହୋଇପାରୁନି । ୫ ରୁ ୬ ହଜାର ଟଙ୍କା ମଧ୍ୟରେ ସେମାନେ ଚଳିବାକୁ ବାଧ୍ୟ ହେଉଛନ୍ତି । ଏମାନଙ୍କ ପାଇଁ କିଛି ସମୟ ଦେଲେ ଏହି କଳାକାର ମାନେ ବଞ୍ଚିଯିବେ । ଦେଶ ପାଇଁ ଯେଉଁମାନେ ଜୀବନ ସମର୍ପଣ କରିଛନ୍ତି ସେମାନଙ୍କ ପାଇଁ ଦେଶର ମଧ୍ୟ ଦାୟିତ୍ବ ରହିଛି । ଏଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଛି ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ।