୨୦୨୬ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ଉଭୟ ସରକାର ଏବଂ ପୁରୀ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ଵ ଦେଉଛନ୍ତି । ୨୦୧୫ ରଥଯାତ୍ରାରେ ଅନେକ ବିଶୃଙ୍ଖଳା ଘଟିଥିବାରୁ ଚଳିତ ବର୍ଷ ଯେଭଳି ଏହାର ପୁନରାବୃତ୍ତି ନହୁଏ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି । ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ପୁରୀ ଜିଲ୍ଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଯାତାୟାତ, ଟ୍ରାଫିକ, ପାର୍କିଂ, ପର୍ଯ୍ୟାପ୍ତ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା, ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ପୁରୀ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାରେ ଶୃଙ୍ଖଳା ରକ୍ଷାପାଇଁ ଅନେକ ନୂଆ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି ।

୨୦୨୬ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୨୫ ରଥଯାତ୍ରାରେ ଅନେକ ବିଶୃଙ୍ଖଳା ହୋଇଥିବାବେଳେ ୨୦୨୬ ରଥଯାତ୍ରାରେ ଏହାର ଯେଭଳି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ସେନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ପୁରୀ ଗସ୍ତରେ ଆସି ଜିଲ୍ଲା ପ୍ରଶାସନର ଚଳିତ ବର୍ଷର ରଥଯାତ୍ରା ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ରାସ୍ତାଘାଟ ମରାମତି, ଲୋକଙ୍କ ଶୃଙ୍ଖଳିତ ଯାତାୟାତ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ, ପାର୍କିଂ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମଗ୍ର ପୁରୀ ସହରରେ ସ୍ବଚ୍ଛତାକୁ ବଜାୟ ରଖାଯିବା, ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ, ପର୍ଯ୍ୟାପ୍ତ ପରିମାଣରେ ଅସ୍ଥାୟୀ ଶୌଚାଳୟ ନିର୍ମାଣ ସହିତ ବର୍ଷା ହେଲେ ଯେଉଁଭଳି ଜଳବନ୍ଦୀ ସ୍ଥିତି ନଉପୁଜେ ସେ ଦିଗରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ସେ ପୁରୀ ପୌରନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚଳିତ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ସବୁ ସ୍ଥାନରେ ଭକ୍ତଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯିବ ନାହିଁ । ପ୍ରଶାସନ ଦ୍ବାରା ଚିହ୍ନଟ ହୋଇଥିବା ସ୍ଥାନରେ ସ୍ବେଚ୍ଛାସେବୀ ସଂସ୍ଥା ମାନେ ଭକ୍ତଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରିପାରିବେ । ବଡ଼ଦାଣ୍ଡରେ ପରିଷ୍କାର ପରିଚ୍ଛନ୍ନତାକୁ ବଜାୟ ରଖିବା ଏବଂ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଚଳିତ ବର୍ଷ ରଥଯାତ୍ରାରେ ହଜାରରୁ ଅଧିକ ଶୌଚାଳୟ ନିର୍ମାଣ କରାଯିବ । ସ୍ବେଚ୍ଛାସେବୀ ସଂସ୍ଥା ଗୁଡ଼ିକୁ ସଠିକ୍ ଭାବେ ପରିଚାଳନା ପାଇଁ ଏକ ଏସ୍‌ଓପି ମଧ୍ୟ କରାଯିବ । ସେପଟେ ବୁଦ୍ଧିଜୀବୀ କହିଛନ୍ତି ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତାଳମେଳ ରଖି ସବୁ କାର୍ଯ୍ୟ କରାଗଲେ କୌଣସି ବିଶୃଙ୍ଖଳା ସୃଷ୍ଟି ହେବନାହିଁ ।

Leave a comment