ନୂଆବର୍ଷରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁହେବ ଡ୍ରେସ୍କୋଡ଼। ଅଶାଳୀନ ପୋଷାକ ପିନ୍ଧି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଚାରୋଟି ଦ୍ୱାରରେ ଡ୍ରେସ୍କୋଡ଼ ଯାଞ୍ଚ କରାଯିବ। ଧାର୍ମିକ ପରମ୍ପରା ଏବଂ ଆଧ୍ୟାତ୍ମିକ ପରିବେଶ ଅକ୍ଷୁଣ୍ଣ ରଖିବା ପାଇଁ ଏଭଳି କଟକଣା ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ଡ. ରଞ୍ଜନ କୁମାର ଦାସ କହିଛନ୍ତି। ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ପ୍ରାପ୍ତ ବୟସ୍କ ପୁରୁଷ ଓ ମହିଳାଙ୍କ ପାଇଁ ଏହି କଟକଣା ଜାନୁଆରୀ ୧ରୁ କଡ଼ାକଡ଼ି କାର୍ଯ୍ୟକାରୀ ହେବ। ପୁରୁଷ ବ୍ୟକ୍ତି ଧୋତି, ଗାମୁଛା, ପଞ୍ଜାବୀ, ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବେ। ମହିଳା ଶାଢ଼ି,ସାଲୱାର ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ୧୨ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ବ୍ୟକ୍ତିଙ୍କ ପାଇଁ ହାଫ୍ ପ୍ୟାଣ୍ଟ ଏବଂ ଚିରାଫଟା ଜିନ୍ସ ପୋଷାକ ବାରଣ କରାଯାଇଛି । ମହିଳାମାନେ ଛୋଟ ପୋଷାକ ନପିନ୍ଧିବାକୁ କୁହାଯାଇଛି। ଅଶ୍ଳୀଳ ପୋଷାକ ପିନ୍ଧି ଆସୁଥିବା ବ୍ୟକ୍ତିମାନେ ଶ୍ରୀମନ୍ଦିର ପରିବର୍ତ୍ତେ ବେଳାଭୂମି କିମ୍ବା ପାର୍କ ବୁଲିବାକୁ ଯିବା ଉଚିତ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ପୋଷାକ ଯାଞ୍ଚ ପାଇଁ ପ୍ରତିହାରୀ ସେବକ ଏବଂ ଜେଟିପି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯିବ। ସିଂହଦ୍ୱାର, ଉତ୍ତରଦ୍ୱାର, ଦକ୍ଷିଣଦ୍ୱାର ଏବଂ ପଶ୍ଚିମଦ୍ୱାର ନିକଟରେ ପୋଷାକ ପରିବର୍ତ୍ତନ ଗୃହ ନିର୍ମାଣ କରାଯିବ। ଆଗ୍ରହୀ ଭକ୍ତମାନେ ସେଠାରେ ପୋଷାକ ପରିବର୍ତ୍ତନ କରିପାରିବେ। ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିରରେ ଡ୍ରେସ୍କୋଡ଼ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିରରେ ତାହାକୁ ଲାଗୁ କରିବା ପାଇଁ ରଥଯାତ୍ରା ପରେ କେତେକ ସେବକ ନିଯୋଗ ପରାମର୍ଶ ଦେଇଥିଲେ। ସୋମବାର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସର୍ବସମ୍ମତିକ୍ରମେ ଡ୍ରେସ୍କୋଡ଼ ଲାଗୁ କରାଯାଇଛି। ସବୁ ଧର୍ମରେ ଏଭଳି କିଛି କଟକଣା ରହିଥିବା ଶ୍ରୀ ଦାସ କହିଛନ୍ତି।
Trending
- କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି,ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ୩ୟ ପର୍ଯ୍ୟାୟ ଶୁଭାରମ୍ଭ
- ଅମୃତସର-ନ୍ୟୁ ଜଲପାଇଗୁଡ଼ି କର୍ମଭୂମି ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ,୪ ବଗି ଜଳିପୋଡ଼ି ଛାରଖାର
- ରାତି ଅଧରେ ଗଫର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୨୫ ଦମକଳ ଗାଡ଼ି ନିୟୋଜିତ
- ବାଣ ବ୍ୟବସାୟକୁ ନେଇ କମିଶନରେଟ୍ ପୋଲିସର କଡ଼ା ନିୟମ,ବାଣ ବିକ୍ରି ପାଇଁ ୧୫୦ ଜଣଙ୍କୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ
- ଆଜି ଧନତରେସ,ବିଭିନ୍ନ ସୁନା ଗହଣା ଦୋକାନରେ ଲୋକଙ୍କ ଭିଡ
- Gen-Z ଭୋଟରଙ୍କୁ ନିଜ ସହ ଯୋଡ଼ିବା ପାଇଁ ବିଜେପି ଆରମ୍ଭ କରିବାକୁ ଯାଉଛି ଏକ ରାଜ୍ୟବ୍ୟାପୀ ଅଭିଯାନ
- ସରକାର ୪ ଜଣ ଆଇଏଏସ୍ ଅଫିସରଙ୍କୁ ଦେଲେ ନୂଆ ଦାୟିତ୍ୱ
- କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ, ଘରେ ତାଲା ମାରି ଦେଲେ ଭୋଟ୍
- ରାଜଧାନୀରେ ଫୁଟିଲା ଗୁଳି ,ଗୁଳି ଫୁଟିବାର ଏକ ଘଣ୍ଟା ମଧ୍ୟରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଧଉଳି ଥାନା ପୋଲିସ
- ଗଙ୍ଗା ନଦୀକୁ ଖସିଲା କାର, ଦୁର୍ଘଟଣାରେ ୪ ମୃତ
Prev Post
Next Post