ୱେଭ୍ସ ସମ୍ମିଳନୀ ଉଦ୍ଘାଟିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମୁମ୍ବାଇରେ ବିଶ୍ବ ଅଡିଓ ଭିଜୁଆଲ୍ ଓ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ’କୁ ଉଦ୍ଘାଟନ କରି ଅର୍ଥନୈତିକ ପ୍ରଗତିକୁ ବଢ଼ାଇବାରେ ଭାରତୀୟ ବିଷୟବସ୍ତୁରେ ରଖିଥିବା ଅପାର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ୧୦୦ରୁ ଅଧିକ ଦେଶରୁ ଆସିଥିବା ସିନେ ସେଲିବ୍ରିଟି, ବିଜନେସ୍ ଲିଡର୍ ଓ କ୍ରିଏଟର୍ମାନଙ୍କୁ ସମ୍ ବୋଧିତ କରି ମୋଦୀ କହିଥିଲେ ଯେ କାହାଣୀ ପାଇଁ ଭାରତ କେବଳ ଏକ ବଜାର ନୁହେଁ, ବରଂ କାହାଣୀ ବର୍ଣ୍ଣନା ଲାଗି ଏହା ହେଉଛି ଏକ ମହାଶକ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ‘ୱେଭ୍ସ’ କେବଳ ଏକ ସଂକ୍ଷୀପ୍ତ ଶବ୍ଦ ନୁହେଁ।