ଲାପ୍‌ଟପ୍‌, ସ୍ମାର୍ଟଫୋନ, ‌ଚିପ୍‌ ସମେତ ୨୦ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କକୁ ଆମେରିକା ପ୍ରଶାସନ ବାଦ୍‌ ଦେଇଛି

ଟ୍ରମ୍ପ ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଲାପ୍‌ଟପ୍‌, ସ୍ମାର୍ଟଫୋନ, ‌ଚିପ୍‌ ସମେତ ୨୦ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କକୁ ଆମେରିକା ପ୍ରଶାସନ ବାଦ୍‌ ଦେଇଛି। ପାଲଟା ଶୁଳ୍କ ଫଳରେ ଆମେରିକାରେ ସାମଗ୍ରୀ ମହଙ୍ଗା ହେବ ବୋଲି ବଡ଼ ବଡ଼ ଆମେରିକୀୟ ପ୍ରଯୁକ୍ତି କମ୍ପାନି ଆଶଙ୍କା ବ୍ୟକ୍ତ କରିବା ପରେ ଟ୍ରମ୍ପ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ପାଲଟା ଶୁଳ୍କରୁ ୨୦ଟି ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ଏଥିରୁ ଅଧିକାଂଶ ସାମଗ୍ରୀ ଆମେରିକାରେ କ୍ବଚିତ୍‌ ଉତ୍ପାଦନ ହୋଇଥାଏ। ଆମେରିକାର ସୀମା ଶୁଳ୍କ ଏବଂ ସୀମା ସୁରକ୍ଷା ବିଭାଗର ଏକ ନୋଟିସ୍‌ ଅନୁଯାୟୀ, ଏହି ଉତ୍ପାଦଗୁଡ଼ିକ ଚୀନ୍ ଉପରେ ଲାଗୁ ହୋଇଥିବା ବର୍ତ୍ତମାନର ୧୪୫ ପ୍ରତିଶତ ଶୁଳ୍କ କିମ୍ବା ଅନ୍ୟ କୌଣସି ଦେଶ ପାଇଁ ଲାଗୁ ୧୦ ପ୍ରତିଶତ ସର୍ବନିମ୍ନ ଶୁଳ୍କ ପରିସରଭୁକ୍ତ ହେବ ନାହିଁ। ଏହା ଆମେରିକାରେ ପ୍ରବେଶ କରୁଥିବା କିମ୍ବା ଏପ୍ରିଲ୍‌ ୫ ତାରିଖ ସୁଦ୍ଧା ଗୋଦାମରୁ ହଟାଯାଇଥିବା ଉତ୍ପାଦଗୁଡ଼ିକ ପାଇଁ ପ୍ରଯୁଜ୍ୟ। ବଡ଼ ପ୍ରଯୁକ୍ତି କମ୍ପାନି ଗୁଡ଼ିକ ଗେଜେଟ୍‌ର ମୂଲ୍ୟ ଆକାଶ ଛୁଆଁ ହେବ ବୋଲି ଚିନ୍ତା ପ୍ରକଟ କରିଥିବାବେଳେ ଏହି ସମୟରେ ଟ୍ରମ୍ପ୍‌ ପ୍ରଶାସନର ଏଭଳି ଘୋଷଣା ନିଶ୍ଚିତ ଭାବେ ଆପଲ୍, ସାମସଙ୍ଗ୍ ଏବଂ ଏନଭିଡିଆ ଭଳି ଚିପ୍ ନିର୍ମାତାଙ୍କୁ ଲାଭ ଦେବ। ତେବେ ନୋଟିସ୍‌ରେ ଟ୍ରମ୍ପ ପ୍ରଶାସନର ଏଭଳି ପଦକ୍ଷେପ ସଂକ୍ରାନ୍ତରେ କୌଣସି ବିସ୍ତୃତ ସୂଚନା ନାହିଁ।   ଟ୍ରମ୍ପ ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଲାପ୍‌ଟପ୍‌, ସ୍ମାର୍ଟଫୋନ, ‌ଚିପ୍‌ ସମେତ ୨୦ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କକୁ ଆମେରିକା ପ୍ରଶାସନ ବାଦ୍‌ ଦେଇଛି। ପାଲଟା ଶୁଳ୍କ ଫଳରେ ଆମେରିକାରେ ସାମଗ୍ରୀ ମହଙ୍ଗା ହେବ ବୋଲି ବଡ଼ ବଡ଼ ଆମେରିକୀୟ ପ୍ରଯୁକ୍ତି କମ୍ପାନି ଆଶଙ୍କା ବ୍ୟକ୍ତ କରିବା ପରେ ଟ୍ରମ୍ପ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ପାଲଟା ଶୁଳ୍କରୁ ୨୦ଟି ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ଏଥିରୁ ଅଧିକାଂଶ ସାମଗ୍ରୀ ଆମେରିକାରେ କ୍ବଚିତ୍‌ ଉତ୍ପାଦନ ହୋଇଥାଏ। ଆମେରିକାର ସୀମା ଶୁଳ୍କ ଏବଂ ସୀମା ସୁରକ୍ଷା ବିଭାଗର ଏକ ନୋଟିସ୍‌ ଅନୁଯାୟୀ, ଏହି ଉତ୍ପାଦଗୁଡ଼ିକ ଚୀନ୍ ଉପରେ ଲାଗୁ ହୋଇଥିବା ବର୍ତ୍ତମାନର ୧୪୫ ପ୍ରତିଶତ ଶୁଳ୍କ କିମ୍ବା ଅନ୍ୟ କୌଣସି ଦେଶ ପାଇଁ ଲାଗୁ ୧୦ ପ୍ରତିଶତ ସର୍ବନିମ୍ନ ଶୁଳ୍କ ପରିସରଭୁକ୍ତ ହେବ ନାହିଁ। ଏହା ଆମେରିକାରେ ପ୍ରବେଶ କରୁଥିବା କିମ୍ବା ଏପ୍ରିଲ୍‌ ୫ ତାରିଖ ସୁଦ୍ଧା ଗୋଦାମରୁ ହଟାଯାଇଥିବା ଉତ୍ପାଦଗୁଡ଼ିକ ପାଇଁ ପ୍ରଯୁଜ୍ୟ। ବଡ଼ ପ୍ରଯୁକ୍ତି କମ୍ପାନି ଗୁଡ଼ିକ ଗେଜେଟ୍‌ର ମୂଲ୍ୟ ଆକାଶ ଛୁଆଁ ହେବ ବୋଲି ଚିନ୍ତା ପ୍ରକଟ କରିଥିବାବେଳେ ଏହି ସମୟରେ ଟ୍ରମ୍ପ୍‌ ପ୍ରଶାସନର ଏଭଳି ଘୋଷଣା ନିଶ୍ଚିତ ଭାବେ ଆପଲ୍, ସାମସଙ୍ଗ୍ ଏବଂ ଏନଭିଡିଆ ଭଳି ଚିପ୍ ନିର୍ମାତାଙ୍କୁ ଲାଭ ଦେବ। ତେବେ ନୋଟିସ୍‌ରେ ଟ୍ରମ୍ପ ପ୍ରଶାସନର ଏଭଳି ପଦକ୍ଷେପ ସଂକ୍ରାନ୍ତରେ କୌଣସି ବିସ୍ତୃତ ସୂଚନା ନାହିଁ।

Leave a comment