ମେ’ ୧ରୁ ଏଟିଏମ୍‌ରୁ ଟଙ୍କା ଉଠାଇବା କିମ୍ବା ବାଲାନ୍ସ ଯାଞ୍ଚ କରିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ

ଆଉ ମାସକ ପରେ ଏଟିଏମ୍‌ରୁ ଟଙ୍କା ଉଠାଇବା କିମ୍ବା ବାଲାନ୍ସ ଯାଞ୍ଚ କରିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ। ପ୍ରତି ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ନିଜ ଏଟିଏମ୍ ଏବଂ ଅନ୍ୟ ବ୍ୟାଙ୍କର ଏଟିଏମ୍‌କୁ ମାଗଣାରେ ନିର୍ଦ୍ଦିଷ୍ଟ କେତେକ ଥର ବ୍ୟବହାର କରିବା ଅନୁମତି ଦେଇଛନ୍ତି। ସେହି ସୀମା ଶେଷ ହୋଇଯିବା ପରେ ଯଦି କୌଣସି ଗ୍ରାହକ ଏଟିଏମ୍‌କୁ ବ୍ୟବହାର କରୁଛନ୍ତି, ତେବେ ତାଙ୍କୁ ଏଟିଏମ୍ କାରବାର ଶୁଳ୍କ ଦେବାକୁ ପଡ଼ୁଛି। ଏହି ଶୁଳ୍କ କାରବାର ପିଛା ୨୧ ଟଙ୍କା ଥିଲା। ସେଥିରେ ୨ ଟଙ୍କା ବୃଦ୍ଧି କରି ରିଜର୍ଭ ବ୍ୟାଙ୍କ ତାହାକୁ ୨୩ ଟଙ୍କା କରିଛନ୍ତି। ଶୁଳ୍କରେ କରାଯାଇଥିବା ବୃଦ୍ଧି ଆସନ୍ତା ମେ’ ୧ରୁ ଲାଗୁ ହେବ।

Leave a comment