ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି,ଅପରିବର୍ତ୍ତିତ ରହିଛି ପୂର୍ବର ରେଟ୍

ଯଦି ଆପଣ ହୋମ୍ ଲୋନ୍ କିମ୍ବା କାର୍ ଲୋନ୍ ନେଇଛନ୍ତି ତାହାଲେ ବଢିବନି ଇଏମଆଇ । କାରଣବଦଳିନି ରେପୋ ରେଟ୍ । ଅପରିବର୍ତ୍ତିତ ରହିଛି ପୂର୍ବର ରେଟ୍ । ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି କରାଯାଇଛି । ତେବେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ମଙ୍ଗଳବାର ଆରବିଆଇର ମନିଟାରି ପଲିସି କମିଟି ବା ମୌଦ୍ରିକ ନୀତି କମିଟିର ବୈଠକ ବସିଥିଲା । ମନିଟାରି ପଲିସି କମିଟି ବୈଠକରେ ରେପୋରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବଭଳି ୫.୨୫ ବେସିସ୍ ପଏଣ୍ଟ୍ ରହିବ । ଅର୍ଥାତ ଲୋନ୍ କିମ୍ବା ଇଏମଆଇ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, ରେପୋ ରେଟ୍ ପୂର୍ବପରି ୫.୨୫ ପ୍ରତିଶତ ରହିଛି । ଏହାବ୍ୟତୀତ ଏସଡିଏଫ୍ ବା ଷ୍ଟାଣ୍ଡିଂ ଡିପୋଜିଟ୍ ଫାସିଲିଟି ରେଟ୍ ୫ ପ୍ରତିଶତ ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ରେଟ୍ ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ସେ ଆହୁରି କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି । ଯାହାର ପ୍ରଭାବ ସାରା ବିଶ୍ୱ ଉପରେ ପଡିଛି । ବିଶ୍ୱର ଅର୍ଥବ୍ୟବସ୍ଥାରେ ଅନିଶ୍ଚିତତା ଜାରି ରହିଛି । ଦରଦାମ୍ ସ୍ଥିର ରହୁ ନାହଁ ।

ସୂଚନାଯୋଗ୍ୟ, ଗତ ଜୁନ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏମପିସି ରେପୋ ରେଟ୍ ସ୍ଥିର ରଖିଥିଲା । ଏହା ବର୍ତ୍ତମାନ ଭଳି ସେତେବେଳେ ମଧ୍ୟ୫.୨୫ ପ୍ରତିଶତ ରହିଥିଲା । କିନ୍ତୁ ଏହାପୂର୍ବରୁ ୨୦୨୫ରେ ଆରବିଆଇ ବାରମ୍ବାର ରେପୋ ରେଟରେ ହ୍ରାସ କରିଥିଲା । ଫଳରେ ଲୋନ୍ ନେବା ସହଜ ହୋଇଥିଲା ।

Leave a comment