୨୫ ବେସିକ ପଏଣ୍ଟ୍ରେ ରୋପୋ ରେଟ୍ ହ୍ରାସ
ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୨୫ ବେସିକ ପଏଣ୍ଟ୍ରେ ରୋପୋ ରେଟ୍ ହ୍ରାସ କରି ୬ ପ୍ରତିଶତ କରିବାକୁ ଘୋଷଣା କରିଛି। ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍ପିସି) ଏପ୍ରିଲ ୭ ତାରିଖରେ ଆରମ୍ଭ ହୋଇଥିବା ଏହାର ତିନି ଦିନିଆ ବୈଠକ ସମାପ୍ତ କରିବା ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି।
ସଞ୍ଜୟ ମଲହୋତ୍ରା କହିଛନ୍ତି କି ‘ଏମ୍ପିସି ସର୍ବସମ୍ମତିକ୍ରମେ ପଲିସି ରେପୋ ହାରକୁ ୨୫ ବେସିକ ପଏଣ୍ଟ ହ୍ରାସ କରି ୬% କରିବାକୁ ଭୋଟ୍ ମିଳିଛି। ଗତ ଫେବ୍ରୁଆରି ମାସରେ ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ଏହା ଲଗାତାର ଦ୍ୱିତୀୟ ଥର ହ୍ରାସ ଘଟିଛି। ଗତ ଡିସେମ୍ବର ୨୦୨୪ରେ ଆରବିଆଇ ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ସଞ୍ଜୟ ମାଲହୋତ୍ରାଙ୍କ ଏହା ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି।
ତେବେ ଆପଣ ଜାଣନ୍ତି କି ରେପୋ ରେଟ୍ କାହାକୁ କୁହାଯାଏ? ରେପୋ ରେଟ୍, ରିଭର୍ସ ରେପୋ ରେଟର ଅର୍ଥ ସାଧାରଣଭାବେ ବୁଝାପଡେନାହିଁ । ଏ ବାବଦରେ ସମସ୍ତଙ୍କୁ ବହୁତ କମ ଜଣାଅଛି ।
ରିଜର୍ଭ ବ୍ୟାଙ୍କର ଅନେକ କାମ ରହିଛି । ଏଥିରୁ ଗୋଟିଏ ପ୍ରମୁଖ କାମ ହେଉଛି ନୀତିଗତ ଦର ଉପରେ ନିଷ୍ପତ୍ତି ନେବା । ଏହାର ଅର୍ଥ ହେଉଛି ଯେଉଁ ଆଧାରରେ ରିଜର୍ଭ ବ୍ୟାଙ୍କ ସହ ଅନ୍ୟବ୍ୟାଙ୍କର ନେଣଦେଣ ହୋଇଥାଏ । ଏଇ ଯେମିତି ଆପଣ ଗୋଟିଏ ବ୍ୟାଙ୍କ ଖୋଲୁଛନ୍ତି । ନିଜର କାମ ଚଳାଇବା ପାଇଁ ଆପଣଙ୍କୁ ଋଣ ନେବାକୁ ପଡିବ । ଯଦି ଆପଣଙ୍କ କାମ ଭଲ ଚାଲୁଛି ତେବେ ଆପଣ କେଉଁଠି ଟଙ୍କା ରଖିବାକୁ ଚାହିଁବେ । ଏହି ସମୟରେ ସାମ୍ନାକୁ ଆସେ ରିଜର୍ଭ ବ୍ୟାଙ୍କ ।
ବ୍ୟାଙ୍କ ଗୁଡିକ ଏହି ସମୟରେ ରିଜର୍ଭ ବ୍ୟାଙ୍କ ଠାରୁ ଋଣ ନେଇଥାନ୍ତି । ଏକ ସମୟ ଅବଧି ପାଇଁ ସେମାନେ ଏହି ଋଣ ନେଇଥାନ୍ତି । ଯେଉଁ ସୁଧ ଦେଇ ସେମାନେ ଏହି ଋଣ ନେଇଥାନ୍ତି ତାକୁ ରେପୋ ରେଟ୍ କୁହାଯାଏ । ସେପଟେ ବ୍ୟାଙ୍କକୁ ଯେତେବେଳେ ରିଜର୍ଭ ବ୍ୟାଙ୍କରେ ରଖିବାକୁ ହୋଇଥାଏ ସେତେବେଳେ ଯେଉଁ ସୁଧ ମିଳେ ତାକୁ ରିଭର୍ସ ରେପୋ ରେଟ୍ କୁହାଯାଏ ।