ଜୁଲାଇରେ ଶସ୍ତା ହୋଇପାରେ ଅନେକ ଜରୁରୀ ଓ ନିତ୍ୟ ବ୍ୟବହାର ତଥା ଦୀର୍ଘ ଦିନ ରୋଗ ପାଇଁ ବ୍ୟବହାର କରାଯାଉଥିବା ଔଷଧ। ଔଷଧ ଏପରି ଏକ ଜିନିଷ ଯାହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହାର ଆବଶ୍ୟକତା ରହିଥାଏ। ମାତ୍ର ସବୁଠାରୁ ବଡ କଥା ସଭିଏଁ ମହଙ୍ଗା ଔଷଧ ଓ ଔଷଧ ଦାମ୍ ବୃଦ୍ଧି ହେଲେ ଏହାକୁ କିଣିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ବିଶେଷ କରି ଗରିବ ଲୋକେ ମହଙ୍ଗା ଔଷଧ କିଣି ପାରନ୍ତି ନାହିଁ। ସରକାର ଏହି ସମସ୍ୟାକୁ ଗୁରୁତର ସହ ନେବା ସହ ପ୍ରାୟ ୧୦୦ ପ୍ରକାରର ଔଷଧ ଦାମ୍ ହ୍ରାସ କରିବା ନେଇ ଯୋଜନା କରୁଛନ୍ତି। ବିଶେଷ କରି ଅଧିକ ଦିନ ଧରି ରହୁଥିବା ରୋଗ ପାଇଁ ବ୍ୟବହାର କରାଯାଉଥିବା ଔଷଧ ମୂଲ୍ୟ ଶସ୍ତା ହୋଇପାରେ। ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟରେ ଦାମ୍ କମିବାର ରହିଛି। କେଉଁ କେଉଁ ଔଷଧ ଦାମ୍ ଶସ୍ତା ହେବ ସେନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ମାତ୍ର ବିଭାଗୀୟ ସୂତ୍ରରୁ ଯେଉଁ ଔଷଧ ଦାମ୍ କମ୍ ହେବ ତା’ର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସରକାର କେବଳ ସେହି ଔଷଧର ଦାମ୍ ଶସ୍ତା କରିବା ପାଇଁ ଯୋଜନା କରୁଛନ୍ତି, ଯାହା ଦୀର୍ଘ ଦିନ ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ପ୍ରଥମ ସୋପାନରେ ୧୦୦ ପ୍ରକାର ଔଷଧ ଶସ୍ତା ହେବାର ଯୋଜନା ରହିଛି। ଏଥିରେ ଟ୍ରେଡ୍ ମାର୍ଜିନରେ ୨୦-୪୦ ପ୍ରତିଶତ ଶସ୍ତା କରିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଔଷଧ ତାଲିକା ପ୍ରସ୍ତୁତ କରାଯାଉଛି। ରିପୋର୍ଟ ଅନୁଯାୟୀ, ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ ଭଳି ଔଷଧ ସାମିଲ ରହିଛି। ଏଥିରେ କରୋନା ସମୟରେ ଅଧିକ ଦାମ୍ ରେ ବିକ୍ରି ହେଉଥିବା ଇଞ୍ଜେକସନ୍ ମଧ୍ୟ ରହିଛି। କେଉଁ ଔଷଧ କେବେ ଠାରୁ ଶସ୍ତା ହେବ ସେନେଇ ଘୋଷଣା ହୋଇନଥିବା ବେଳେ କେଉଁ ଔଷଧ ଶସ୍ତା ହେବ ତାହାର ଏକ ତାଲିକା ପ୍ରସ୍ତୁତ ଚାଲିଛି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି