ଜୁଲାଇରେ ଶସ୍ତା ହୋଇପାରେ ଅନେକ ଜରୁରୀ ଓ ନିତ୍ୟ ବ୍ୟବହାର ତଥା ଦୀର୍ଘ ଦିନ ରୋଗ ପାଇଁ ବ୍ୟବହାର କରାଯାଉଥିବା ଔଷଧ। ଔଷଧ ଏପରି ଏକ ଜିନିଷ ଯାହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହାର ଆବଶ୍ୟକତା ରହିଥାଏ। ମାତ୍ର ସବୁଠାରୁ ବଡ କଥା ସଭିଏଁ ମହଙ୍ଗା ଔଷଧ ଓ ଔଷଧ ଦାମ୍ ବୃଦ୍ଧି ହେଲେ ଏହାକୁ କିଣିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ବିଶେଷ କରି ଗରିବ ଲୋକେ ମହଙ୍ଗା ଔଷଧ କିଣି ପାରନ୍ତି ନାହିଁ। ସରକାର ଏହି ସମସ୍ୟାକୁ ଗୁରୁତର ସହ ନେବା ସହ ପ୍ରାୟ ୧୦୦ ପ୍ରକାରର ଔଷଧ ଦାମ୍ ହ୍ରାସ କରିବା ନେଇ ଯୋଜନା କରୁଛନ୍ତି। ବିଶେଷ କରି ଅଧିକ ଦିନ ଧରି ରହୁଥିବା ରୋଗ ପାଇଁ ବ୍ୟବହାର କରାଯାଉଥିବା ଔଷଧ ମୂଲ୍ୟ ଶସ୍ତା ହୋଇପାରେ। ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟରେ ଦାମ୍ କମିବାର ରହିଛି। କେଉଁ କେଉଁ ଔଷଧ ଦାମ୍ ଶସ୍ତା ହେବ ସେନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ମାତ୍ର ବିଭାଗୀୟ ସୂତ୍ରରୁ ଯେଉଁ ଔଷଧ ଦାମ୍ କମ୍ ହେବ ତା’ର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସରକାର କେବଳ ସେହି ଔଷଧର ଦାମ୍ ଶସ୍ତା କରିବା ପାଇଁ ଯୋଜନା କରୁଛନ୍ତି, ଯାହା ଦୀର୍ଘ ଦିନ ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ପ୍ରଥମ ସୋପାନରେ ୧୦୦ ପ୍ରକାର ଔଷଧ ଶସ୍ତା ହେବାର ଯୋଜନା ରହିଛି। ଏଥିରେ ଟ୍ରେଡ୍ ମାର୍ଜିନରେ ୨୦-୪୦ ପ୍ରତିଶତ ଶସ୍ତା କରିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଔଷଧ ତାଲିକା ପ୍ରସ୍ତୁତ କରାଯାଉଛି। ରିପୋର୍ଟ ଅନୁଯାୟୀ, ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ ଭଳି ଔଷଧ ସାମିଲ ରହିଛି। ଏଥିରେ କରୋନା ସମୟରେ ଅଧିକ ଦାମ୍ ରେ ବିକ୍ରି ହେଉଥିବା ଇଞ୍ଜେକସନ୍ ମଧ୍ୟ ରହିଛି। କେଉଁ ଔଷଧ କେବେ ଠାରୁ ଶସ୍ତା ହେବ ସେନେଇ ଘୋଷଣା ହୋଇନଥିବା ବେଳେ କେଉଁ ଔଷଧ ଶସ୍ତା ହେବ ତାହାର ଏକ ତାଲିକା ପ୍ରସ୍ତୁତ ଚାଲିଛି।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ