ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର ମାତ୍ର ଅଢ଼େଇ ଘଣ୍ଟାର ରହଣି ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଏଲ୍ପିଜି ଯୋଗାଣ ଓ ରଣନୈତିକ ତୈଳ ଭଣ୍ଡାର କ୍ଷେତ୍ରରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ରାଜିନାମା ସ୍ବାକ୍ଷର ହୋଇଛି। ଏଥିସହିତ ଭାରତର ଭିତ୍ତିଭୂମି ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ୟୁଏଇ ୫ ବିଲିଅନ ଡଲାରର ନିବେଶ କରିବ ବୋଲି ମଧ୍ୟ ପ୍ରତିଶ୍ରୁତ ଦେଇଛି। ଗୁଜରାଟର ଦ୍ବାରକା ଜିଲ୍ଲା ଅନ୍ତର୍ଗତ ଭାଡ଼ିନାରଠାରେ ଏକ ଜାହାଜ ମରାମତି ପୁଞ୍ଜ ସ୍ଥାପନ ପାଇଁ ମଧ୍ୟ ଦୁଇ ଦେଶ ମଧ୍ୟରେ ରାଜିନାମା ହୋଇଛି। ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନ୍ ଏବଂ ମୋଦୀଙ୍କ ଉପସ୍ଥିତିରେ ଏହି ରାଜିନାମାଗୁଡ଼ିକ ସ୍ବାକ୍ଷର ହୋଇଛି।ଉଲ୍ଲେଖଯୋଗ୍ୟ ଭାରତ ଓ ୟୁଏଇ ଗତ କିଛିବର୍ଷ ମଧ୍ୟରେ ଆର୍ଥିକ ସହଯୋଗିତାକୁ ବଢ଼ାଇଛନ୍ତି। ବିଶେଷକରି ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗ ରାଜିନାମା ସ୍ବାକ୍ଷର ପରେ ଏହା ବଢ଼ିଛି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ୧୦୦ ବିଲିଅନ ଡଲାର ଟପିଛି। ଆଗାମୀ ଦିନରେ ଏହାକୁ ୨୦୦ ବିଲିଅନ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ